1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ଲୋକପ୍ରିୟ ମସଲା ପୋସ୍ତ
ଭାରତୀୟ ମସଲାରେ ପୋସ୍ତ ଏକ ଦରକାରୀ ମସଲା । ଗରମ ମସଲାଠାରୁ ଆରମ୍ଭ କରି ପୋସ୍ତ ନାନା ଭାବରେ ତରକାରୀପତ୍ରରେ ବ୍ଯବହୃତ ହୁଏ । ସାଧାରତଃ ବ୍ୟଞ୍ଜନକୁ ବହଳିଆ କରିବା ଓ ସୁଆଦ ଆଣିବା ପାଇଁ ପୋସ୍ତକୁ ବ୍ୟବହାର କରାଯାଏ । ପୋସ୍ତ ପଡ଼ିଥିବା ତରକାରୀର ଏକ ବିଶେଷ ସ୍ଵାଦ ରହିଥାଏ । ଆଳୁପୋସ୍ତ, ଜହ୍ନିପୋସ୍ତ, କଲରାପୋସ୍ତ ଆଦି ଲୋକପ୍ରିୟ ଓଡ଼ିଆ ବ୍ୟଞ୍ଜନ ଭାବରେ ପ୍ରଚଳିତ । ଏମିତିରେ ବି ପ୍ରାୟ ସବୁ ପରିବାରେ ପୋସ୍ତ ପକାଇ ଏକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଆଉ ପୁଣି ସନ୍ଦେଶ ଉପରେ ମଧ୍ୟ ପୋସ୍ତକୁ ଭାଜି କରି ଦିଆଯାଇଥାଏ । କେବଳ ଭାରତବର୍ଷ ନୁହେଁ, ଇଉରୋପରେ ମଧ୍ଯ ପୋସ୍ତ ଏକ ଲୋକପ୍ରିୟ ମସଲା ଓ ଖାଦ୍ୟ ରୂପେ କାହିଁ କେଉଁ କାଳରୁ ରହିଆସିଛି । ତେବେ ସର୍ବପ୍ରଥମେ ଏହା ସୁଇଜରଲାଣ୍ଡର ହ୍ରଦ ଉପକୂଳ ଅଞ୍ଚଳରେ ହେଉଥିବାର ପ୍ରମାଣ ରହିଛି । ସେଠାକାର ଆଦିମ ଅଧିବାସୀମାନେ ପୋସ୍ତକୁ ଭାଜି ମହୁ ସାଙ୍ଗରେ ଖାଉଥିଲେ ବୋଲି ସୂଚନା ରହିଛି । ସେହିପରି ଚେକୋସ୍ଲୋଭାକିଆରେ ମହୁ ଓ ପୋସ୍ତର ପୁର ଦେଇ ଏକ ପ୍ରକାର ସ୍ୱାଦିଷ୍ଟ ପେଷ୍ଟରୀ ତିଆରି କରାଯାଏ । ଭାରତବର୍ଷରେ ବି କେକ୍ ତିଆରିରେ ପୋସ୍ତ ବ୍ୟବହାର କରାଯାଏ । ପୋସ୍ତ କେବଳ ମସଲା ରୂପେ ନୁହେଁ ଏମିତିକି ଘରେ ରହୁଥିବା ପୋଷା ଚଢ଼େଇମାନଙ୍କର ଖାଦ୍ୟ ରୂପେ ମଧ୍ୟ ଏହା ବେଶ୍ ଜଣାଶୁଣା ।
"ଲୋକପ୍ରିୟ ମସଲା ପୋସ୍ତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |