1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
ପଞ୍ଚଫୁଟଣରେ କଳା ଜିରା ଏକ ପ୍ରମୁଖ ଉପାଦାନ । ନିମ୍କି, ପାଉରୁଟି, ବିସ୍କୁଟ୍, କେକ୍ ପ୍ରଭୃତି କେତେକ ଜଳଖିଆରେ କଳା ଜିରା ବ୍ୟବହୃତ ହୁଏ । ଭିନେଗାର୍ରେ ସୁଗନ୍ଧ ଆଣିବା ପାଇଁ ମଧ୍ୟ କଳା ଜିରା ବ୍ଯବହୃତ ହୁଏ ।
କଳା ଜିରାକୁ ଉଦ୍ଭିଦ ବିଜ୍ଞାନରେ କହନ୍ତି ନାଇଜେଲା ସାଟାଇଭା (Nigella sativa)। ସାଧାରଣ ଜିରା ସହିତ କଳା ଜିରାର ଆକୃତି ଓ ବାସ୍ନାର କିଛି ସାମଞ୍ଜସ୍ୟ ନାହିଁ । ଦୁହେଁ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ପରିବାରଭୁକ୍ତ ଗଛ । କଳା ଜିରାର ଆଦିମ ଜନ୍ମସ୍ଥାନ ହେଉଛି ଦକ୍ଷିଣ ଇଉରୋପ । ସମଗ୍ର ଭାରତବର୍ଷରେ ବିଶେଷ ଭାବରେ ପଶ୍ଚିମ ଭାରତରେ ଏହା ଅଧିକ ପରିମାଣରେ ଚାଷ କରାଯାଏ । ମୁଖ୍ୟତଃ ମଞ୍ଜି ପାଇଁ ଭାରତବର୍ଷରେ ଏହା ଚାଷ କରାଯାଏ । ଭାରତବର୍ଷରୁ ପ୍ରତିବର୍ଷ ହାରାହାରି ୧୦୦ ଟନ୍ କଳା ଜିରା ବିଦେଶକୁ, ବିଶେଷ ଭାବରେ ମାଲେସିଆକୁ ରପ୍ତାନି ହୁଏ ।
କଳା ଜିରାର ଫୁଲ ଶ୍ଵେତ, ନୀଳ ଅଥବା ଇଷତ୍ ପୀତବର୍ଣ୍ଣ । ପ୍ରତି ଫୁଲରେ ପାଞ୍ଚଟି ପାଖୁଡ଼ା ଥାଏ । ଏବଂ ଏହାର ଫଳ ଗୋଲାକାର ହୋଇଥାଏ । ଗୋଟିଏ ଫଳ ଭିତରେ ବହୁତଗୁଡ଼ିଏ ମଞ୍ଜି ଥାଏ । ମଞ୍ଜିଟି ତ୍ରିକୋଣାକାର, କୃଷ୍ଣବର୍ଣ୍ଣ । ଲେନ୍ସ୍ ରେ ଦେଖିଲେ ମଞ୍ଜିଗୁଡ଼ିକର ଉପରିଭାଗ ଲୋଚାକୋଚା ଜଣାପଡ଼େ । ମଞ୍ଜିର ଗନ୍ଧ ସାମାନ୍ଯ ତିକ୍ତ ଓ ସ୍ବାଦ ଅଳ୍ପ ଉଗ୍ର । କଳା ଜିରାକୁ
"ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |