1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ତଡକା କିଙ୍ଗ୍ ହେଙ୍ଗୁ
ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ମସଲାଗୁଡିକ ମଧ୍ୟରେ ହେଙ୍ଗୁ ଅନ୍ୟତମ । ଏହା ଏକ ନିତିଦିନିଆ ମସଲା ନହେଲେ ମଧ୍ଯ ତଡକା ପାଇଁ ଏହାର ବହୁଳ ଲୋକପ୍ରିୟତା ରହିଛି । ସବୁଦିନିଆ ମସଲାରେ ଯଦିଓ ହେଙ୍ଗୁର ଏତେ ପ୍ରଚଳନ ହୁଏ ନାହିଁ ତେବେ ଭାରତୀୟ ମସଲାରେ ହେଙ୍ଗୁ ନିଜର ବାସ୍ନା ପାଇଁ ସୁପରିଚିତ । ବ୍ୟଞ୍ଜନର ସ୍ବାଦ ଏବଂ ସୁଗନ୍ଧ ପାଇଁ ମୁଖ୍ୟତଃ ହେଙ୍ଗୁ ବ୍ୟବହାର କରାଯାଇଥାଏ । ଡାଲିରେ ତଡ଼କା ଦେବା ପାଇଁ ହେଉ କି ତରକାରୀର ସ୍ବାଦ ବୃଦ୍ଧି, ହେଙ୍ଗୁ ସବୁବେଳେ ଆବଶ୍ୟକ ହୋଇଥାଏ । ହେଙ୍ଗୁର ବୈଜ୍ଞାନିକ ନାମ ହେଉଛି Ferula assa-foetida । ଧନିଆ, ପାନମହୁରୀ, ଜୁଆଣି ଆଦି ପରିବାରର ଅନ୍ୟ ଏକ ଜାତୀୟ ଗଛ ହେଉଛି ହେଙ୍ଗୁ । ଏ ଜାତୀୟ ଗଛ ସାଧାରଣତଃ କାଶ୍ମୀର, ପଶ୍ଚିମ ତିବ୍ଦତ, ଇରାନ୍ ଓ ଆଫଗାନିସ୍ଥାନରେ ବହୁଳ ପରିମାଣରେ ଦେଖାଯାଏ ।
ଏହା ଏକ ସବୁଦିନିଆ ବା ବହୁବର୍ଷିଆ ଗଛ । ଥରେ ଏ ଗଛ ଲାଗିଲେ ତାର ମାଟିତଳର କାଣ୍ଡ ଓ ମୂଳ ସାହାଯ୍ୟରେ ବଢିବାରେ ଲାଗିଥାଏ । ମାଟିତଳେ ଏହାର କାଣ୍ଡ ଓ ମୂଳ ରହିଥିବାରୁ ଏହା ସହଜରେ ମରେନାହିଁ । ଏହାର କାଣ୍ଡଗୁଡ଼ିକ ସବୁଜ ରଙ୍ଗର ଓ ମସୃଣିଆ । ହେଙ୍ଗୁ ହେଉଛି ଏହି ଗଛର ରସ ବା କ୍ଷୀର । ଏହି ଗଛରେ ହଳଦିଆ ପେନ୍ଥା ପେନ୍ଥା ଫୁଲ ହୁଏ, ଯାହା ସାେରିଷ
"ତଡକା କିଙ୍ଗ୍ ହେଙ୍ଗୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |