1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ଓଡ଼ିଆ କଥାଚିତ୍ର ନାରୀ
ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ, କାଳୀଚରଣ ପଟ୍ଟନାୟକ, ଶିବ ଭଟ୍ଟାଚାର୍ଯ୍ୟଙ୍କ ମିଳିତ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ନାରୀ’ କଥାଚିତ୍ରଟି ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ପ୍ରଯୋଜନାର ଭାର ନରେନ୍ଦ୍ର କୁମାର ମିତ୍ରଙ୍କ କାନ୍ଧରେ ନ୍ୟସ୍ତ ରହିଥିଲା । ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ, କାଳୀଚରଣ ପଟ୍ଟନାୟକ, ଶିବ ଭଟ୍ଟାଚାର୍ଯ୍ୟ ଏହି ସିନେମାର ସଂଳାପ ରଚନା କରିଥିଲେ ।
ସିନେମାରେ ମୁଖ୍ୟ ଭୂମିକାରେ ଅନୀମା ପେଦିନୀ, ନରେନ୍ଦ୍ର କୁମାର ମିତ୍ର, କବିଚନ୍ଦ୍ର କାଳୀଚରଣ, ଅଶୋକ ଚକ୍ରବର୍ତ୍ତୀ, ଦୁର୍ଲଭ ସିଂହ, ଗୋକୁଳି କର, କମଳା ସେନ, ବଳରାମ ମିଶ୍ର, ନିତ୍ୟାନନ୍ଦ, ରବିନ, ଅସୀମା ଓ ଚନ୍ଦନା ପ୍ରମୁଖ ଅଭିନୟ କରିଥିଲେ ।
ସିନେମାର କାହାଣୀରେ ନାରୀ କେମିତି ଏକ ତ୍ୟାଗ, ସ୍ନେହ ଓ ଭଲପାଇବାର ମୂର୍ତ୍ତିମନ୍ତ ପ୍ରତୀକ ତାହା ଦର୍ଶାଯାଇଛି । ନାରୀ - ପ୍ରେମର ପ୍ରବାହମାନ ଧାରା, ସେ ହେଉଛି ତ୍ୟାଗ ଆଉ ଭଲପାଇବାର ପ୍ରତିମୂର୍ତ୍ତି । ନାରୀ କେମିତି ପ୍ରେମ ପାଇଁ ନିଜ ଜୀବନକୁ ତ୍ୟାଗ କରିପାରେ, ତାହା ଏହି ଫିଲ୍ମରେ ବର୍ଣ୍ଣନା କରାଯାଇଛି ।
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ଗୀତଗୁଡିକୁ କାଳୀଚରଣ ପଟ୍ଟନାୟକ ଓ ଉଦୟନାଥ ସଂଗୀତରେ ସ୍ଵରବଦ୍ଧ କରିଥିଲେ । ସିନେମାର ଗୀତଗୁଡିକରେ ଉଦୟନାଥ, ନିର୍ମଳା ମିଶ୍ର, କମଳା, କାଳୀଚରଣ ପ୍ରମୁଖ କଣ୍ଠଦାନ କରିଥିଲେ ।
ସିନେମାର କାହାଣୀରେ ଜୟନ୍ତ ଓ ମାନସୀ ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଆନ୍ତି ଏବଂ ବିବାହ ମଧ୍ୟ
"ଓଡ଼ିଆ କଥାଚିତ୍ର ନାରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |