1. ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
2. ସ୍ନାନ ପୂର୍ଣ୍ଣିମା
3. ଶ୍ରୀଜଗନ୍ନାଥ ଓ ଅଣସର
4. ଦଶମୂଳ ମୋଦକ ଖାଇ ସୁସ୍ଥ ହୁଅନ୍ତି ମହାପ୍ରଭୁ
5. ଅଣସର ଓ ଅଲାରନାଥ
6. ଐତିହ୍ୟର ଜୟଯାତ୍ରା - ରଥଯାତ୍ରା
7. ଫଟୋରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା
8. ହେରା ପଞ୍ଚମୀ
9. ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
10. ମହାପ୍ରଭୁଙ୍କ ଅଧରପଣା
11. ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
12. ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା
ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
ଶ୍ରୀଜଗନ୍ନାଥ ହେଉଛନ୍ତି ଦେବଦେବ ପୁରୁଷୋତ୍ତମ । ସେ ସର୍ବବ୍ୟାପୀ, ସେ ସତ୍ୟ ଶିବ ଓ ସୁନ୍ଦର । ସେ ପୁଣି ପରାତ୍ପର, ସଚ୍ଚିଦାନନ୍ଦ ପରମାତ୍ମା । ନୀଳାଚଳେ ଚତୁର୍ଦ୍ଧାମୂରତିଙ୍କ ମାନବୀୟ ଲୀଳା ବି ବଡ଼ ବିଚିତ୍ର । ଭୋଜନ ହେଉ ଅବା ଯାନିଯାତ୍ରା ହେଉ କି ବେଶଭୂଷା ସବୁଥିରେ ଦେଖିବାକୁ ମିଳେ ସ୍ୱତନ୍ତ୍ରତା । ଭକ୍ତ ପାଇଁ ତାଙ୍କର ଯାତ୍ରା ଆଉ ବେଶଭୂଷା । ବର୍ଷର ସବୁ ସମୟରେ ଶ୍ରୀଜୀଉଙ୍କର ବିଭିନ୍ନ ବେଶ ହୋଇଥାଏ । ତାଙ୍କର ସକଳ ବେଶଭୂଷା ମଧ୍ୟରେ ସୁନାବେଶ ହେଉଛି ଅତ୍ୟନ୍ତ ଆକର୍ଷଣୀୟ ।
ବାହୁଡା ଯାତ୍ରା ପରେ ବଡ଼ ଏକାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଯଦିଓ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ବର୍ଷକୁ ପାଞ୍ଚ ଥର ସୁନାବେଶ ହୁଅନ୍ତି । ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ ଏବଂ ବ୍ୟାପକ । ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଅବସରରେ ସୁନାବେଶରେ ସଜ୍ଜିତ ହୁଅନ୍ତି । ଏହି ୫ଟି ବେଶ ସିଂହାସନ ଉପରେ ହୁଏ । କିନ୍ତୁ ଘୋଷଯାତ୍ରାର ଅନ୍ତିମ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଶ୍ରୀଜୀଉମାନଙ୍କ ସୁନାବେଶକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିଥାନ୍ତି । ରଥ ଉପରେ ହେଉଥିବା
"ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |