ସେ ଯେଉଁ ପ୍ରଥମ ଚୋଟ
ଠିକ୍ ମୋ ଛାତିରେ ମାରିଥିଲା
ପଥରେଇଯିବା ଆଗରୁ
ତାକୁ ବାହାର କରିଦେଲି
ମୋ ପୃଥିବୀରୁ
ପୀଡା ଓ ଉଲ୍ଲାସରୁ।
ଓହ୍ଲାଇଦେଇଛି ପାଦରୁ ପାଉଁଜି
ଆଖିରୁ ଚଷମା
ପବନରେ ଉଡାଇଛି
ତାର ନୀଳ ଅକ୍ଷରରେ
ଲେଖିଥିବା ଚିଠି,
ନୀଳ ନୀଳ ମାୟାରୁ
ମୁଁ ଏବେ ମୁକ୍ତ।
ଏବେ ସେ କେଉଁଠି ନାହିଁ,
ନା ମୋ ପ୍ରାର୍ଥନାରେ
ନା ମୋ ଲୋଡିବାପଣରେ
ନା ମୋ ନୀରବତାରେ,
ନା ମୋ ଏକଲାପଣରେ।
ଗୋଟେ କରୁଣ ବେହେଲାର ସୁର ସେ
ରହିରହି ବାଜୁଛି
ଛାତି ତଳେ କେମିତି
ରୁଗୁରୁଗୁ ହେଉଛି,
ଏସବୁ ମୋର ନୁହେଁ ଭାବୁଛି,
ତୁମେ କହୁଛ ମୁଁ ଅବିକଳ
ତା
"ମୁଁ ତା' ଭଳି ଦିଶୁଛି ଏବେ " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |