ତୁମ ଆଖି

ସମୁଦ୍ରଠୁ ଆହୁରି ଗଭୀର ସେ' ଆଖି ଦୃଷ୍ଟିତାର ଦୂରକୁ ଦୂରକୁ ବହୁ ଦୂରକୁ…
ରାଜକିଶୋର ଦାସ

ଓଡିଆ ସାହିତ୍ଯ ତଥା ପ୍ରକାଶନ କ୍ଷେତ୍ରରେ ଏକ ପରିଚିତ ନାମ ହେଉଛି - ରାଜକିଶୋର ଦାସ । ତାଙ୍କ ଦ୍ବାରା ରଚିତ ଗଳ୍ପ ଓ କବିତା ଉଚ୍ଚ ପ୍ରଶଂସିତ । ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଧରି ନିରନ୍ତର ଭାବେ ଗପ ଓ କବିତା ଲେଖି ଆସୁଛନ୍ତି । ଅକ୍ଷରର ଚିତ୍ର ଆଙ୍କିବାର କଳାକୌଶଳ ରାଜକିଶୋରଙ୍କୁ ଖୁବ ଜଣା | ଉତ୍ତର ଆଧୁନିକ ମଣିଷର ମଣିଷପଣିଆର ସ୍କେଚ, ଅବବୋଧ, ଅସହାୟବୋଧ, ବିବର୍ତ୍ତନଶୀଳ ନାରୀମନସ୍ତତ୍ତ୍ୱ ତାଙ୍କ ସୃଜନରେ ଭରପୁର |

‘ତୁମ ଆଖି’ ହେଉଛି ଶ୍ରୀ ଦାସଙ୍କର ସପ୍ତମ କବିତା ସଂକଳନ । ଏହି କବିତା ସଂକଳନରେ ସ୍ଥାନିତ କବିତାଗୁଡ଼ିକର ଯଦିଓ ଲକ୍ଷ୍ୟ ଏକ, ଏହାର ଉପସ୍ଥାପନାରେ ଭିନ୍ନତା ବହନ କରେ । ଏଣୁ ଏହାକୁ ଏକ ଦୀର୍ଘ କବିତାର ଆଖ୍ୟା ନଦେଇ ଭିନ୍ନଭିନ୍ନ ନାମକରଣ କରାଯାଇଛି । କାଦମ୍ବିନୀ, ନବଲିପି, କଥା କଥା କବିତା କବିତା, ସମାରୋହ, ପକ୍ଷୀଘର, ସାବିତ୍ରୀ, ଅନ୍ୟା, କାବ୍ୟଲୋକ, ରଜନୀଗନ୍ଧା, ପାହାଚ, ମହୁରୀ, ସମାଜ ସାପ୍ତାହିକୀ, ସମ୍ବାଦ, ସଂଚାର, ପ୍ରମେୟ, ଧ୍ୱନୀପ୍ରତିଧ୍ୱନୀ, ସମ୍ବାଦ କଳିକା, ସର୍ବସାଧାରଣ ପ୍ରଭୃତି ପତ୍ରପତ୍ରିକାରେ ‘ତୁମ ଆଖି’ର ସମସ୍ତ କବିତା ପ୍ରକାଶ ପାଇସାରିଛି ।

Report an Error