ଶବ୍ଦ ଛଳଛଳ

‘ଶବ୍ଦ ଛଳଛଳ’ ଡ. କନକ ମଞ୍ଜରୀ ପଟ୍ଟନାୟକଙ୍କ ଏକ ଅନନ୍ଯ କୃତୀ । ଏହି କବିତା-ଗ୍ରନ୍ଥରେ ଭାଷାର କ୍ଲିଷ୍ଟତା ନାହିଁ ଅଥଚ ଭାବର ମହମହ ବାସ୍ନା ଅଛି । ଏଠାରେ ଅନୁଭୂତି ଜୀବନ୍ତ; ଚେତନାସବୁ ପ୍ରାଣବନ୍ତ ।
ଡ. କନକ ମଞ୍ଜରୀ ପଟ୍ଟନାୟକ

ଡ. କନକ ମଞ୍ଜରୀ ପଟ୍ଟନାୟକ ଓଡ଼ିଆ ସାହିତ୍ୟର ପ୍ରତ୍ୟେକ ବିଭାଗରେ ସୁନିପୁଣ | ତାଙ୍କ ରଚନା କୌଶଳରେ ସ୍ୱଚ୍ଛତା ଓ ସ୍ୱତନ୍ତ୍ରତା ସୁସ୍ପଷ୍ଟ | କନକ ମଞ୍ଜରୀଙ୍କ ସାହିତ୍ୟ ପ୍ରତିଭା ବହୁମୁଖୀ ଏବଂ ବହୁପ୍ରସ୍ତି। ‘ଶବ୍ଦ ଛଳଛଳ’ଟି ଉତ୍ତର ଆଧୁନିକ କାବ୍ୟଧାରାରେ ଏକ ନୂତନ ପ୍ରବାହ ଯୋଡ଼ି ହୋଇଯାଇ ପାଠକ ଚିତ୍ତ ଆହ୍ଲାଦ-କାରକ ହୋଇଛି । ଏଥିରେ ଥିବା ସମସ୍ତ କବିତାଗୁଡିକର ମୂଳ ସ୍ବର ଗଭୀର ଆବେଗ ଓ ନିବିଡ଼ ଅନୁରାଗରେ ଭରା । କବି ହିସାବରେ ତାଙ୍କର ଅନ୍ଯ କୃତୀମଧ୍ୟରେ ରହିଛି - ତଥାଗତ, ସନେଟ, କଥାକୁହା ଜହ୍ନରାତି, ବର୍ଷାରେ ଦୁଷ୍ଟଝିଅ ଇତ୍ୟାଦି ।

Report an Error