ଏଥିରେ ସ୍ଥାନିତ ଗଳ୍ପମାନଙ୍କର ମୂଳପିଣ୍ଡ ପୁରୁଷ ପୁରୁଷ ବ୍ୟାପୀ ଏ ତୁଣ୍ଡରୁ ସେ ତୁଣ୍ଡ ଭିନ୍ନ ଭିନ୍ନ ଢଙ୍ଗରେ କଥିତ, ଶ୍ରୁତ ଏବଂ ପ୍ରାୟତଃ ବିସ୍ମୃତ ।
Publisher: Athena Books
Author: ସୀତାଂଶୁ ତ୍ରିପାଠୀ
Digital (PDF)
INR 80.00

ଏହି ସଂକଳନରେ ସଂକଳିତ ଗଳ୍ପଗୁଡ଼ିକ ମୁଖ୍ୟତଃ ମିଥ୍‌ ଆଧାରିତ । କିଛି ଗଳ୍ପର ଚରିତ୍ର ହୁଏତ କାଳ୍ପନିକ, ଅବଶିଷ୍ଟ ଗଳ୍ପର ଚରିତ୍ର ମାନେ ପୌରାଣିକ । ସାମଞ୍ଜସ୍ୟଟି ହେଲା, ଉଭୟ କ୍ଷେତ୍ରରେ ଉକ୍ତ ଚରିତ୍ରମାନଙ୍କୁ କେନ୍ଦ୍ରକରି ଘଟିଥିବା ଘଟଣାବଳୀ ଓ ତା’ର ପରିଣତି ନିଶ୍ଚିତ ଭାବେ ନୀତିଗର୍ଭକ ଏବଂ ଚେତନା ଉନ୍ମେଷକାରୀ । ସମ୍ଭବତଃ ତାହା ହିଁ ଉକ୍ତ ଘଟଣା ପ୍ରବାହକୁ ନୂଆ ଢଙ୍ଗରେ ଗଳ୍ପରୂପ ଦେବା ନିମନ୍ତେ ମୋ ପାଇଁ ପ୍ରେରଣା । ଗପଗୁଡ଼ିକ ବିଭିନ୍ନ ସମୟରେ ‘ପୌରୁଷ’, ‘ନବଲିପି’, ଆରୋହଣ’, ‘କାଦମ୍ବିନୀ’ ଏବଂ ‘ସୃଜନୀ’ ଆଦି ସୃଜନଶୀଳ ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶିତ ।

Report an Error