କରିଦେ ପାରିରେ

ରାଜକିଶୋର ଦାସଙ୍କ ଚତୁର୍ଥ ଗଳ୍ପ ସଂକଳନ ହେଉଛି କରିଦେ ପାରିରେ । ଏଇ ଗଳ୍ପ ଗ୍ରନ୍ଥର ଗପ ସମୂହ ପ୍ରାୟତଃ ୨୦୦୮ରୁ ୨୦୧୬ ଭିତରେ ରଚିତ ଓ ପ୍ରକାଶିତ ହୋଇସାରିଛି ।
ରାଜକିଶୋର ଦାସ

ଅକ୍ଷରର ଚିତ୍ର ଆଙ୍କିବାର କଳାକୌଶଳ ରାଜକିଶୋରଙ୍କୁ ଖୁବ ଜଣା | ଉତ୍ତର ଆଧୁନିକ ମଣିଷର ମଣିଷପଣିଆର ସ୍କେଚ, ଅବବୋଧ, ଅସହାୟବୋଧ, ବିବର୍ତ୍ତନଶୀଳ ନାରୀମନସ୍ତତ୍ତ୍ୱ ତାଙ୍କ ସୃଜନରେ ଭରପୁର | ଏଇ ଗ୍ରନ୍ଥର ସମସ୍ତ ଗଳ୍ପ ବିଭିନ୍ନ ସମୟରେ କଥା, ଗୋପବନ୍ଧୁଙ୍କ ସତ୍ୟବାଦୀ, ମହୁରୀ, ପଶ୍ଚିମା, କଥା କାହାଣୀ, କଥାକଳିକା, ରଜନୀଗନ୍ଧା, ନବନୀତା, ଲେଖା, ନବଲିପି, ବରିଶ୍ରୀ, ନିର୍ବାଣ ପ୍ରଭୃତିରେ ପ୍ରକାଶ ପାଇଛି ।

Report an Error