ଜୀବନ ଏଠି ସେଠି

ପ୍ରଫେସର ଆଦିକନ୍ଦ ସାହୁ ମୁଖ୍ୟତଃ ଜଣେ ଓଡିଆ କଥା ସାହିତ୍ୟର ବରିଷ୍ଠ ସ୍ଵର । ଆଦିକନ୍ଦଙ୍କ ସାରସ୍ଵତ ସୃଷ୍ଟି ମଧ୍ଯରେ ରହିଛି - ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ଓ ସମାଲୋଚନା |
ଆଦିକନ୍ଦ ସାହୁ

ଶତ ଶତାଂଶ ଗୋଟେ ନିରୁତା ଆତ୍ମନିଷ୍ଠ ଶୈଳୀରେ ଗଳ୍ପ ଲେଖିବାରେ ପ୍ରଫେସର ସାହୁ ବେଶ୍ ସିଦ୍ଧହସ୍ତ । ତାଙ୍କ ଗଳ୍ପ ସବୁ କମ୍ ବେଶୀରେ ମଣିଷର ସର୍ବୋତ୍ତମ ପରିଚୟ ଅନ୍ୱେଷଣର ଏକ ଏକ ମାର୍ମିକ ଆଲେଖ୍ୟ | ଏଠି ସେଠି ବିଛାଡ଼ି ହୋଇ ପଡିଥିବା ମଣିଷ ଜୀବନ ହିଁ ସବୁ ଗପର ବଡ଼ ପ୍ରତିପାଦ୍ୟ | ଭାରି ଚମତ୍କାର ଓ ହୃଦୟସ୍ପର୍ଶୀ ତାଙ୍କ ଅନ୍ତରଙ୍ଗ ଶୈଳୀ | ମଣିଷରେ ଏକାନ୍ତ ଅପରିବର୍ତ୍ତନୀୟ ପ୍ରାଣଶକ୍ତି ହିଁ ତାଙ୍କ ଗଳ୍ପ ଉପନ୍ୟାସର ଅସଲ ସ୍ଥାପତ୍ୟ |

Report an Error