ଦେବାଶିଷୀୟ କବିତାଗୁଚ୍ଛ

ଦେବାଶିଷୀୟ କବିତାଗୁଚ୍ଛରେ କବିଙ୍କର ସ୍ୱର ସରଳ, ମାତ୍ର ତୀକ୍ଷ୍‌ଣ । ଏହି ତୀକ୍ଷ୍‌ଣତା ଭିତରେ ପୁଣି ଅଛି ଉଜୁଡ଼ା ସମାଜକୁ ନୂଆ ଭାବରେ ଦେଖିବାର ସ୍ୱପ୍ନ ।
ଦେବାଶିଷ ମହାପାତ୍ର

ଉଦୀୟମାନ ଭାଷାବିଜ୍ଞାନୀ ଡକ୍ଟର ଦେବାଶିଷ ମହାପାତ୍ର ସର୍ବଭାରତୀୟ ସ୍ତରରେ ଜଣେ ଚର୍ଚ୍ଚିତ ବ୍ଯକ୍ତିତ୍ବ । ରାଜ୍ଯ ବାହାରେ ବିଭିନ୍ନ ସ୍ଥାନରେ ଆୟାେଜିତ ଭାଷାତାତ୍ତ୍ବିକ କାର୍ଯ୍ଯକ୍ରମରେ ସେ ଓଡିଶା ତରଫରୁ ପ୍ରତିନିଧିତ୍ବ କରିଛନ୍ତି । ଦେବାଶିଷୀୟ କବିତାଗୁଚ୍ଛରେ କବିଙ୍କର ସ୍ୱର ସରଳ, ମାତ୍ର ତୀକ୍ଷ୍‌ଣ, ଏହି ତୀକ୍ଷ୍‌ଣତା ଭିତରେ ରହିଛି ଏହିପରି ଉଜୁଡ଼ା ସମାଜକୁ ନୂଆ ଭାବରେ ଦେଖିବାର ସ୍ୱପ୍ନ ରହିଛି । ବିଶ୍ଳେଷଣ, ଅବା ସ୍ୱପ୍ନର ଆଲିଙ୍ଗନ କୌଣସିଥିରେ ଦେଖାଣିଆ ଭାବନାହିଁ । ସବୁ ଯେମିତି ବଞ୍ଚିବା ପରି ଖୁବ୍ ସାଧାରଣ, ଅନାଟକୀୟ । ଏହି ଅନାଟକୀୟତାର ନାଟକୀୟତା ଏ କବିତା ଗୁଡ଼ିକର ଏକ ବିଶେଷ ଗୁଣ । ଏ କବିତାଗୁଡ଼ିକ ଆମ ସାଂପ୍ରତିକ କବିତାର ଶୁଖି ଆସୁଥିବା ଗୋଟିଏ ବିରଳ ଧାରାରେ ସାମାନ୍ୟ ଝିଲ୍‌ଝିଲ୍ ସ୍ରୋତର ସମ୍ଭାବନା ।

Report an Error