ବିବାକ ବସୁଧା

'କୁହୁଳା ଭୂଇଁ'ରୁ ଆରମ୍ଭ କରି ‘ଅଜ୍ଞାତ ଅନ୍ଧାର’ ପର୍ଯ୍ଯନ୍ତ ନିଜର କାବ୍ଯଯାତ୍ରା ଜାରି ରଖିଥିବା କବି ଭରତ ବେହେରାଙ୍କ ‘ବିବାକ ବସୁଧା’ ତାଙ୍କ ପରିଚୟ ଫର୍ଦ୍ଦର ଆଉ ଏକ ନୂତନ ସଂଯୋଗ ।
ଭରତ ବେହେରା

କବିତା ରାଜ୍ଯରେ ବେଶ୍ ଜଣାଶୁଣା ହେଉଛନ୍ତି ଭରତ ବେହେରା । ତାଙ୍କ କବିତାରେ ଆମେ ମାନବର ସ୍ଥିତି, ସ୍ବପ୍ନ ଓ ସତ୍ଯ ପାଇଁ ବିପୁଳ ମାନସ ମନ୍ଥନ ମାଧ୍ୟମରେ ତାଙ୍କର ନୈବ୍ଯକ୍ତିକ ଭାବ ଓ ଭାବନାର ଚିତ୍ରକୁ ଚାକ୍ଷୁସ କରୁ । ତାଙ୍କ କବିତାଗୁଡିକ ବୌଦ୍ଧିକତାର ନିଗଡ଼ରୁ ନିଜକୁ ମୁକୁଳାଇ ଅନ୍ଯ ଏକ କାବ୍ଯସାରଣୀର ନିର୍ମାଣ କରିଥାନ୍ତି । ଅବିଚାରିତ, ଅବମୂଲ୍ଯାୟନ, ଶ୍ରମଜୀବୀ, ସାଧାରଣ ଜୀବନ ବଞ୍ଚୁଥିବା ତଥା ଫୁଟପାଥରେ ଛିଣ୍ଡା ଜରି ଘେରା କୁଡିଆରେ ଲୁହ ଆଉ ଲହୁକୁ ଏକାକାର କରି ବଞ୍ଚୁଥିବା ହତଭାଗ୍ଯ ମଣିଷମାନଙ୍କର କଥାକୁ ସେ ତାଙ୍କ କବିତାର କାନଭାସରେ ପରଶି ଦେଇଥାନ୍ତି । ସେ ତାଙ୍କ କବିତା ଜରିଆରେ ମାଟି ଆଉ ମଣିଷର କଥାକୁ ଅତି ସ୍ପଷ୍ଟ ଓ ନିର୍ଭେଜାଲ ରୂପରେ କହିପାରନ୍ତି ।

Report an Error