ଅଳ୍ପ ଆକାଶ - ଅନଳ୍ପ ପୃଥ୍ବୀ

ଡକ୍ଟର କୁଳମଣି ଓଝାଙ୍କ ସମ୍ପାଦନାରେ ପ୍ରସ୍ତୁତ ଆଲାେଚନା ଗ୍ରନ୍ଥ 'ରାଜକିଶୋରୀୟ କଥାସ୍ମୃତି ଅଳ୍ପ ଆକାଶ - ଅନଳ୍ପ ପୃଥ୍ବୀ'ରେ ରାଜକିଶୋରୀୟ କଥାକୀର୍ତ୍ତି ଓ କଥାସ୍ମୃତିର ଅନେକ ନୂଆ ନୂଆ ଦିଗ ସମ୍ପର୍କରେ ପରିଚର୍ଚ୍ଚା ଓ ପରିଶୀଳନ କରାଯାଇଛି ।
Publisher: Athena Books
Digital (PDF)
INR 350.00

ଏହି ପୁସ୍ତକରେ କଥାପୁରୁଷ ରାଜକିଶୋର ଦାସଙ୍କ ସମଗ୍ର ଗଳ୍ପ ସମ୍ଭାରକୁ ନେଇ ଆଲୋଚନା କରାଯାଇଛି । ରାଜକିଶୋରଙ୍କ କଥା ସର୍ଜନା ପ୍ରମୁଖତଃ ଊଣେଇଶ ଶହ ଅଶୀ ପରବର୍ତ୍ତୀ ପୃଥିବୀର ମଣିଷ, ତା’ର ଆତ୍ମିକ ଅନୁଭବ, ପ୍ରେମ-ପ୍ରତୀତି ଓ ମାନବୀୟ ପ୍ରବଣତାକୁ ନେଇ ପରିକଳ୍ପିତ । ପୁରାତନତା ଓ ନୂତନତା, ପାରମ୍ପରିକତା ଓ ପରିବର୍ତ୍ତନଶୀଳତା, ସ୍ୱପ୍ନଶୀଳତା ଓ ଅଚରିତାର୍ଥତା ରାଜକିଶୋରୀୟ କଥାସ୍ମୃତିର ସୁବିସ୍ତୃତ କାନଭାସ୍ । ସେଇ କାନଭାସ୍‌ ଉପରେ ସେ ଆଙ୍କିଛନ୍ତି ନିରୁତା ଜୀବନର ଅସରନ୍ତି ଅଙ୍ଗେନିଭା କଥା । କଥାସର୍ଜକ ରାଜକିଶୋର ଦାସଙ୍କ ସର୍ଜିତ ପାଞ୍ଚଟି ଯାକ ଗଳ୍ପ ସଂକଳନରେ ସ୍ଥାନିତ ଅଧିକାଂଶ ଗଳ୍ପରେ ଫ୍ରଏଡୀୟ ମନସ୍ତତ୍ତ୍ୱ, ସ୍ୱପ୍ନତତ୍ତ୍ୱ ଓ ଅବସଂଗୁପ୍ତ ମନର ଗହନ ଗୋପନ ଗାଥା ନିଚ୍ଛକ କଥାରୂପ ପରିଗ୍ରହଣ କରିଥାଏ ।

Report an Error