ଆଲୋକିତା

କବିତାପ୍ରେମୀ ପ୍ରିୟଜନମାନଙ୍କ ପାଇଁ ଅଧ୍ୟାପକ ବିଶ୍ବରଞ୍ଜନଙ୍କର ଏହି କବିତା ପୁସ୍ତକଟି ହେଉଛି ଏକ ମାଳା । ଅଙ୍କାବଙ୍କା ନଈଧାରରେ ଫୁଟିଥିବା ସ୍ମୃତି ସୁରଭିତ କବିତାର ସେଇ ଫୁଲମାନଙ୍କୁ ସାଉଁଟି ଏହି “ଆଲୋକିତା”ରେ ଏକାଠି ଗୁନ୍ଥି ଦେଇଛନ୍ତି ଅଧ୍ୟାପକ ବିଶ୍ବରଞ୍ଜନ ।
ଅଧ୍ୟାପକ ବିଶ୍ବରଞ୍ଜନ

ପ୍ରେମ ବିଶ୍ୱରଞ୍ଜନଙ୍କ କବିତାର ପ୍ରମୁଖ ଆଧାର । ତାଙ୍କ ପାଇଁ ଭୂମିଠାରୁ ଭୂମାଯାଏଁ ପରିବ୍ୟାପ୍ତ ପ୍ରେମର ଜୀବନ । ସୁବିଦ୍ୟା, ଭାସ୍ୱତୀ ମହାନ୍ତି, ସୁଦୂରିକା, ମାଧୁରୀ, ଅନ୍ତିମା - ସମସ୍ତେ ପ୍ରେମର ସ୍ୱରୂପ । ତାଙ୍କ ଦୃଷ୍ଟିରେ ପ୍ରେମ ମୃତ୍ୟୁକୁ ପ୍ରତିହତ କରିପାରୁଥିବା ସଂଜୀବନୀ । ସମୟର କ୍ଷୟକାରିତାକୁ ନାକଚ କରି ଦେଇପାରୁଥିବା ଦିବ୍ୟଶକ୍ତି । ବିଶ୍ବରଞ୍ଜନଙ୍କ ସ୍ୱପ୍ନ, ସ୍ମୃତି ଓ ଅଭିସାରର କବିତା ତଥା ହୃଦୟାନୁଭୂତିର ଲଳିତ ମଧୁର ଏହି ଅଭିବ୍ୟକ୍ତି ନିଶ୍ଚିତ ଭାବରେ ଅନ୍ୟ ସମସ୍ତଙ୍କ ହୃଦୟକୁ ଆହ୍ଲାଦିତ କରିବ ।

Report an Error