ଆଶା ନିରାଶା

ତିରିଶିଟି ଗଳ୍ପକୁ ନେଇ ସଂକଳିତ 'ଆଶା ନିରାଶା' ସଞ୍ଜୟ କୁମାର ଶତପଥୀଙ୍କ ସୁଦୀର୍ଘ ଅନୁଭୂତିର ଗୋଟିଏ ଗୋଟିଏ ଅଭୁଲା ସ୍ମୃତି, ଯାହାକୁ ସେ ଭିନ୍ନଭିନ୍ନ ପରିବେଶ ଓ ସମୟରୁ ସାଉଁଟି ଆଣି ପାଠକମାନଙ୍କ ମନୋରଂଜନ ସାଙ୍ଗକୁ ଉଚିତ ଶିକ୍ଷା ଓ ଦିଗ୍‌ଦର୍ଶନ ଦେବାପାଇଁ ଚେଷ୍ଟା କରିଛନ୍ତି ।
ସଞ୍ଜୟ କୁମାର ଶତପଥୀ

ଲେଖକ ଡକ୍‌ଟର ସଞ୍ଜୟ କୁମାର ଶତପଥୀ ପେଶାରେ ଡାକ୍ତର ହେଲେ ହେଁ ସାଂପ୍ରତିକ ସମୟର ବହୁ ବିଡମ୍ବନା, ସମସ୍ୟା ତଥା ବହୁବିଧ ସାମାଜିକ ବିସଙ୍ଗତିକୁ ସେ ଗୋଟିଏ ଗୋଟିଏ ଗପର କ୍ଷୁଦ୍ର ପରିସର ଭିତରେ ବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ଗଳ୍ପର ପ୍ରକାଶଭଙ୍ଗୀ ସ୍ପଷ୍ଟ, ଭାଷା ସରଳ ଓ ସାବଲୀଳ । ଏହାର ଚରିତ୍ର ଓ ଘଟଣା ସବୁ ଆମ ଚାରିପାଖର । ପ୍ରାୟ ପ୍ରତ୍ୟେକ ଗଳ୍ପର ପରିସମାପ୍ତିରେ ଚମକିଲା ଭଳି ପ୍ରସଙ୍ଗ, ଘଟଣା ବା ବର୍ଣ୍ଣନା ଗଳ୍ପଗୁଡ଼ିକରେ ଅନ୍ୟ ଏକ ବିଶେଷତ୍ୱ । ଏହି ଗଳ୍ପ ସଂକଳନକୁ ପାଠକଲେ ଲେଖକଙ୍କର ନିଜକୁ ବ୍ୟକ୍ତକରିବା ନିମନ୍ତେ ତାଙ୍କର ସ୍ୱତଃସ୍ପୂର୍ତ୍ତ ଆବେଗକୁ ସ୍ପଷ୍ଟ ରୂପେ ବାରିହୁଏ ।

Report an Error