ଆରତ ସୁରେ

“ଆରତ ସୁରେ” ସମକାଳର ସୁପରିଚିତ କବି ଚିନ୍ମୟ ବିବେକଙ୍କର ପଞ୍ଚମ କବିତା ସଂକଳନ ।
ଚିନ୍ମୟ ବିବେକ

ସାମ୍ପ୍ରତିକ ଓଡିଆ କବିତାରେ ଚିନ୍ମୟ ବିବେକ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଗତ ସାଢ଼େ ତିନି ଦଶନ୍ଧି ଧରି ଓଡ଼ିଆ କବିତା କ୍ଷେତ୍ରରେ ବିଚରଣ କରୁଥିବା ଚିନ୍ମୟ ବସ୍ତୁତଃ ସମାଜ ମନସ୍କ କବି । ଜୀବନ ଓ ସମାଜ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଏତେ ତୀକ୍ଷ୍ଣ ଯେ ତାଙ୍କ କବିତାର ଶବ୍ବ ସବୁ ଶାଣିତ । ସଂକଳନର କବିତାଗୁଡିକରେ ବିଭିନ୍ନ ପ୍ରକାରର ଆଙ୍ଗିକ ପ୍ରୟୋଗ କରାଯାଇଛି । କେଉଁଠି ସଂଳାପଧର୍ମୀ ପ୍ରକାଶଭଙ୍ଗୀ ତ କେଉଁଠି ସ୍ୱଗତଧର୍ମୀ । ତେବେ ଲୋକଭାଷା ଉପରେ ସର୍ବଦା ଗୁରୁତ୍ୱ ଆରୋପ କରୁଥିବା ଚିନ୍ମୟ ଏଥିରେ ମଧ୍ୟ ନିପଟ ଗାଁ ଦାଣ୍ଡର ଭାଷାଠାରୁ ଆରମ୍ଭ କରି ପୁରୀର ସାହିଗଳିର ଭାଷାର ବ୍ୟବହାର ମଧ୍ୟ କରିଛନ୍ତି ଏଥିରେ । ଭାଷାକୁ କିତାବୀ ଅଥବା ଦାପ୍ତରିକ କରିନାହାନ୍ତି । ସାମଗ୍ରିକ ଭାବେ ବିପର୍ଯ୍ୟସ୍ତ ସମାଜର ଭାଷ୍ୟକାର ରୂପେ ସେ ନିଜର ପ୍ରତିବାଦର ରୂପରେଖ ସ୍ପଷ୍ଟ କରିଛନ୍ତି ଏଇ କବିତା ସଂକଳନରେ ।

Report an Error