ଆସନ୍ତୁ କ୍ଲାଉଡ୍ କମ୍ପ୍ୟୁଟିଂକୁ ବୁଝିବା

ଆମେ ଯେତେବେଳେ କ୍ଲାଉଡ୍ କମ୍ପ୍ୟୁଟିଂ ବିଷୟରେ ଆଲୋଚନା କରୁ, ସେତେବେଳେ କମ୍ପ୍ୟୁଟିଂକୁ ଏକ ସାମଗ୍ରିକ ସେବା ଭାବେ ଅଭିହିତ କରିଥାଉ । ଆମେ ସର୍ଭର ଭିତ୍ତିଭୂମି, କମ୍ପ୍ୟୁଟର ନେଟୱାର୍କ, ଅପରେଟିଂ ସିଷ୍ଟମ ଏବଂ ସଫ୍ଟୱେର ଆପ୍ଲିକେସନ ସମେତ ସମଗ୍ର ପ୍ଲାଟଫର୍ମକୁ ଏକ ସେବା ଭାବରେ ବ୍ୟବହାର କରି, ସେହି ବାବଦରେ ଦେୟ ଦେବାକୁ ଚାହୁଁ । ଆମେ ନିର୍ଦ୍ଦିଷ୍ଟ ସେବା ପାଇଁ ଶୁଳ୍କ ଦେଇଥାଉ, ଏହିପରି କେବଳ ଯେତିକି ବ୍ଯବହାର ସେତିକି ପାଇଁ ଦେୟ ଦେଇଥାଉ । ଯେମିତିକି ଆମେ ପ୍ରଥମ ଅଧ୍ୟାୟରେ ଆଲାେଚନା କରିଥିଲେ, 'କ୍ଲାଉଡ୍ କମ୍ପ୍ୟୁଟିଂ'ର ସମ୍ପୂର୍ଣ୍ଣ ଧାରଣା ସଫ୍ଟୱେରକୁ ଏକ ସେବା (SaaS) ଭାବରେ ବ୍ୟବହାର କରିବା ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ଆପ୍ଲିକେସନ୍ ସେବା ପ୍ରଦାନକାରୀମାନେ ସେମାନଙ୍କର ସଫ୍ଟୱେର ଆପ୍ଲିକେସନ୍ଗୁଡ଼ିକୁ ସେମାନଙ୍କର କେନ୍ଦ୍ରୀୟ ଭିତ୍ତିଭୂମିରୁ ପେ-ପର-ୟୁଜ୍ ଆଧାରରେ ବ୍ୟବହାର କରିବା ପାଇଁ ସେଟ୍ ଅପ୍ କରନ୍ତି । ପରବର୍ତ୍ତୀ ସମୟରେ, ଏହି ଧାରଣାକୁ ଭିତ୍ତିଭୂମି (ଇନ୍ଫାଷ୍ଚ୍ରକ୍ଚର) ପର୍ଯ୍ୟନ୍ତ ବିସ୍ତାର କରାଯାଇଥିଲା, ଏବଂ ଆମେ ଏହାକୁ ଇନ୍ଫାଷ୍ଚ୍ରକ୍ଚରକୁ ଏକ ସେବା (IaaS) ବୋଲି କହୁଛୁ । ସେହିପରି ଭାବରେ, ଆମେ ପ୍ଲାଟଫର୍ମକୁ ଏକ ସେବା (PaaS) ବୋଲି କହିବା ଆରମ୍ଭ କରିଲୁ, ଯାହା ଏକ ସେବା ଭାବରେ ଏକ ସଫ୍ଟୱେର୍ ପ୍ଲାଟଫର୍ମର ଉପଲବ୍ଧତାକୁ ସୂଚିତ କରୁଛି । ହାର୍ଡୱେର, ସଫ୍ଟୱେର ଏବଂ ନେଟୱର୍କ ସହିତ କମ୍ପ୍ୟୁଟିଂ ପାଇଁ ଏହି ଅନ୍ତର୍ଭୁକ୍ତ ପଦ୍ଧତି, ଏକ କିମ୍ବା ଏକାଧିକ ଭେଣ୍ଡରଙ୍କଠାରୁ ଉତ୍ପନ୍ନ ରିସାେର୍ସ,

To continue reading "ଆସନ୍ତୁ କ୍ଲାଉଡ୍ କମ୍ପ୍ୟୁଟିଂକୁ ବୁଝିବା", login now.

This page has been protected for subscriber only.