ପ୍ରାକ୍ - କଥନ

ଯଦି କୌଣସି କମ୍ପାନୀ ତାର ବିଜନେସ ପ୍ଲାନରେ 'ଗୋ କ୍ଲାଉଡ' ରଣନୀତିକୁ ଆପଣେଇ ନାହାନ୍ତି ବୋଲି ଆପଣ ଶୁଣିବାକୁ ବା ପଢିବାକୁ ପାଆନ୍ତି, ତେବେ ଆପଣଙ୍କୁ ଅନୁଭବ ହେବ ଯେ କମ୍ପାନୀଟି ଭୁଲ୍ ରାସ୍ତାରେ ଯାଉଛି ! ବିଚିତ୍ର ଚିନ୍ତାଧାରା ନା? ହଁ, କିନ୍ତୁ ଏହା ହିଁ ହେଉଛି ବାସ୍ତବତା । ଏହା ସତ୍ୟ ଯେ ଆମେ ସମସ୍ତେ ପ୍ରତିଦିନ କ୍ଲାଉଡରେ କିଛି ନା କିଛି ଆଇଟି ରିସୋର୍ସ ବ୍ୟବହାର କରୁଛୁ । ବାସ୍ତବରେ, ବିଭିନ୍ନ ଗବେଷଣା ପତ୍ରିକା ଏବଂ ଆଇଟି ପତ୍ରିକାରେ କ୍ଲାଉଡ୍ କମ୍ପ୍ୟୁଟିଂ ବିଷୟରେ ଉଲ୍ଲେଖନୀୟ ଉପସ୍ଥାପନା ହୋଇଛି, ଯେଉଁଠାରେ ଲୋକମାନେ ଏହି ନୂତନ କମ୍ପ୍ୟୁଟିଂ ଦୃଷ୍ଟାନ୍ତର ବିଭିନ୍ନ ବିବରଣୀକୁ ଅନୁସନ୍ଧାନ କରନ୍ତି, ଏବଂ ଆମକୁ ଏନେଇ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି । ଏସବୁ ଠିକ୍ । କିନ୍ତୁ ଏହା କ'ଣ, ଏବଂ ଏହା ଆଗାମୀ ଦିନରେ କମ୍ପ୍ୟୁଟିଂର ଦୃଶ୍ୟପଟ୍ଟରେ କିପରି ପରିବର୍ତ୍ତନ ଆଣିପାରିବ ? ଯେଉଁ ସଂଗଠନଗୁଡ଼ିକ ସେମାନଙ୍କ ଟଙ୍କାକୁ ପୂର୍ବରୁ ବ୍ୟବହାର ହେଉଥିବା କୌଣସି ପୁରୁଣା କମ୍ପ୍ୟୁଟିଂ ସିଷ୍ଟମରେ ନିବେଶ କରିସାରିଛନ୍ତି ସେମାନଙ୍କର କ'ଣ ହେବ? କମ୍ପ୍ୟୁଟିଂରେ ଏହି ନୂତନ ବିକାଶ କ'ଣ ଡିଜିଟାଲ ଇକୋସିଷ୍ଟମକୁ ବଦଳାଇ ଦେବ, ନା ଏଗୁଡିକ ପରସ୍ପର ମଧ୍ୟରେ ସମନ୍ୱୟ ସ୍ଥାପନ କରିବେ ? ସର୍ବୋପରି, କ୍ଲାଉଡ୍ କମ୍ପ୍ୟୁଟିଂର ପ୍ରକୃତ ଲାଭ ଏବଂ ଆମର ସାମାଜିକ-ଆର୍ଥିକ ବିକାଶରେ ଏହାର ଅବଦାନ କିପରି ରହିବ ? ଏହି କ୍ଷୁଦ୍ର ପୁସ୍ତକରେ, ଆମେ ଏହାର

To continue reading "ପ୍ରାକ୍ - କଥନ", login now.

This page has been protected for subscriber only.