ନ ଯାଆରେ କାହ୍ନା ଘେନ ମୋର ମନା

ନ ଯାଆରେ କାହ୍ନା ଘେନ ମୋର ମନା ନଯାଅ ନଯାଅ ବନେ କିଏ ସେ ଏ ବୁଦ୍ଧି ଦେଲା ଗୁଣନିଧି ଶୁଣିତ ନଥିଲି ଦିନେ କିଏ ଶିଖାଇଲା ତୋତେରେ କାହ୍ନା ନଯାଅ ତୁ ବନେ ଘେନମୋ ମନା ।୧। କାନନରେ ଧନ ହିଂସ୍ର ଯନ୍ତୁମାନ ରହିଛନ୍ତି ନାନା ଜାତି ସ୍ୱଭାବେତ ତୁହି ବାଳୁତ ନନ୍ଦନ ଦେଖିଲେ ପାଇବୁ ଭୀତି[^1] ଅମାନିଆଁ ତୁହି ନୁହ କହ୍ନାଇଁ ବଡ଼ହେଲେ ବନ ଦେଖିବୁ ତୁହି ।୨। ଦଧି ଦୁଧସର ଅଧାମ ଶାକର ଖାଇ ଖେଳେ ରାମ ସଂଗେ ଗୋପାଳ ପୁଅଙ୍କ ତୁଲେ ଗଲେ ବନେ କଂଟକ ଫୁଟିବ ଅଙ୍ଗେ ଦୁଧସର ଖାଇ ଖେଳ ନବରେ କଂଟାବଣେ ନଯା କହୁଛି ତୋରେ ।୩। ଶୁଣିଲେ ପିଅର ହେବେ କ୍ରୋଧଭର ମାରିବେ ଲଉଡ଼ି ବାଡ଼ି ଛନ୍ଦିରେ ବନ୍ଦି ମୁଁ କରିବି କହ୍ନାଇଁ ବନକୁ ନଦେବି ଛାଡ଼ି ନନ୍ଦରାଣୀ ଛନ୍ଦ ଦଉଡ଼ି ନେଇ ଭୟ ଦେଖାଇଲେ ବାଡ଼ି ଉଂଚାଇ ।୪। [^1]: ଭୟ

To continue reading "ନ ଯାଆରେ କାହ୍ନା ଘେନ ମୋର ମନା", login now.

This page has been protected for subscriber only.