ମିଳନ ରେଖା

**(ମିଳନ ରେଖା)** ସୁଦୂର ଗଗନେ ତୋର ଦେଲାଣି ଦେଖା । ଅମା ଅନ୍ଧାରେ ହୃଦ ଫନ୍ଦା[^1] ରେ ବଧାଇ ଦେଲାଣି ତାର ଆଶା ତାରକା । ଗନ୍ଧ ଜଡ଼ିତ ମନ ମରୁତ ମନ୍ଦ[^2] ମନ୍ଦ[^3] ବହିବାର ଗଲାଣି ଦେଖା । ନବୀନ ଘନ କଲାଣି ସ୍ୱନ ମରୁଭୂମେ ସରିଯିବ ସଲିଳ ରେଖା । ହୋଇଛି ଅନ୍ତରେ ଲେଖା ଲିପିରେ ନଈକୂଳେ ଖରାବେଳେ ତା’ସଙ୍ଗେ ମୋ ଦେଖା । [^1]: ଆଶ୍ରୟ, ଅବଲମ୍ବନ, କୌଶଳ [^2]: ମୃଦୁ, ଧୀର [^3]: ମୃଦୁ, ଧୀର

To continue reading "ମିଳନ ରେଖା", login now.

This page has been protected for subscriber only.