ଦିଅଗୋ ସଜାଇ ମା’ ଦିଅଗୋ ସଜାଇ

ଦିଅଗୋ ସଜାଇ ମା’ ଦିଅଗୋ ସଜାଇ ଗୋ ବତ୍ସା ଚାରଣେ ଆଜି ବନ ଯିବି ମୁହିଁ ଯିବି ବନେ ସଜାଇ ଦିଅ ମା’ ସୁଯତନେ ଦାଣ୍ଡେ ଡାକିଲେଣି ମୋର ପ୍ରିୟ ସଖାଗଣେ । ଅନିରୁଦ୍ଧ ଗଦାଧର ସର୍ବ ଗୋପ ବାଳେ ଆସିଲେଣି ମା’ଗୋ ସେ ସାଙ୍ଗସାଥୀ ମେଳେ ସାଜି ଆଣିଲେଣି ମା’ଗୋ ଶିଂଘା ବେଣୁ ବାଇ ଉଛୁଳି ପଡୁଛି ନାଦ[^1] ଶୁଣ କର୍ଣ୍ଣ ଦେଇ । ଦାଣ୍ଡେ ଶିଂଘାନାଦ[^2] ମା’ଗୋ ଏକଠାଇ ମିଳିଲେଣି ଶିଂଘା ହୋଏ ବେଣୁବାଇ କ୍ଷୁଧା ହେଲେ ଖାଇବାକୁ ଦିଅ ଅନ୍ନ ପୁଡ଼ା ଦେଖିବି ଗହନ ବନ ମହକରେ ଲୋଡ଼ା । [^1]: ଡାକ [^2]: ଡାକ

To continue reading "ଦିଅଗୋ ସଜାଇ ମା’ ଦିଅଗୋ ସଜାଇ", login now.

This page has been protected for subscriber only.