ବସିଛି ସେଇ ଖଟିରେ

ଅକ୍ଷୟ ବେହେରା, ସମକାଳୀନ ଓଡିଆ କବିତାରେ ସମ୍ବେଦନା ଓ ତନ୍ମୟତାର କବି । ତାଙ୍କ କବିତା ସ୍ମୃତି ଓ ସମ୍ପର୍କରୁ ରସ ସଂଗ୍ରହ କରେ । ତାଙ୍କ କବିତାରେ ଥାଏ ବିଷାଦର ଏକ ମନ୍ମୟ ମୁର୍ଚ୍ଚନା ।


ଏକା ଏକା

ଫଗୁଣ ପବନକୁ ମୁହଁ କରି

ସତେ ସେ ଆଉଁସି ଦେଉଛି ମା ପରି

ମୋ କ୍ଲାନ୍ତ ପାଦରୁ କପାଳ..


ଭାବୁଛି -

କିଏ କେଉଁଠି ପ୍ରିୟଜନମାନେ

କାହା ଭାବନାରେ

ମୁଁ କଣ ଆସୁ ନ ଥିବି..


ସେମାନେ ତ ମୋର ସାଇତା ସମ୍ପଦ

କେତେ ଯତ୍ନରେ ନ ରଖିଛି ସ୍ମୃତିମାନଙ୍କୁ

ଅକ୍ଷରରେ ଜୀବନ ଦେଇ

ମୋ ଛାତିର ଅମାରରେ


ମନ କହେ - ସେମାନେ ବି

ସେମିତି ସାଇତି ନ ଥିବେ କହି

ହେବ କି ?


ଏଇ ଫଗୁଣ ମଳୟ ସତେ

ନେଇ ଆସୁଛି ସେମାନଙ୍କ ସହ ମିଶିଥିବା

କେତେ

"ବସିଛି ସେଇ ଖଟିରେ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ