ବାଟୋଇ ହବ୍: ଡିଜିଟାଲ ପ୍ରକାଶନ ପାଇଁ ଆପଣଙ୍କର ଅନନ୍ୟ ପସନ୍ଦ

ଗୋଟିଏ ସ୍ଥାନରେ ବିଷୟବସ୍ତୁ ସୃଷ୍ଟିଠାରୁ ଏହାର ସଫଳ ବ୍ୟବହାର ପର୍ଯ୍ୟନ୍ତ ସମସ୍ତ ସୁବିଧା ପାଇଁ ଆମର ଏହି ଡିଜିଟାଲ ସୃଜନ ଯାତ୍ରାରେ ସାମିଲ ହୁଅନ୍ତୁ | ଆପଣ ଜଣେ ନବାଗତ ସର୍ଜକ ହୁଅନ୍ତୁ ଅଥବା ଜଣେ ପୋଖତ ପ୍ରକାଶକ ଅଥବା ଲେଖକ | ବାଟୋଇ ହବ୍ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ସେବା ଓ ଡିଜିଟାଲ ଉପକରଣ ପ୍ରଦାନ କରିଥାଏ |

୭୦୦+

ବ୍ୟବହାରକାରୀ

୬୦୦୦+

ପ୍ରବନ୍ଧ

୨୦+

ପ୍ରକାଶନ

...

ବାଟୋଇ ହବ୍ କୁ ଚୟନ କରିବେ କାହିଁକି ?

ଆମର ପ୍ଲାଟଫର୍ମ କେବଳ ଏହାର ଉନ୍ନତ ବୈଶିଷ୍ଟ୍ୟ ପାଇଁ ନୁହେଁ ବରଂ ପ୍ରକାଶକ/ ଲେଖକମାନଙ୍କୁ ପ୍ରଦାନ କରୁଥିବା ଲେଖକୀୟ ସ୍ୱାଧୀନତା ପାଇଁ ମଧ୍ୟ ଜଣାଶୁଣା | ଆପଣ ଯେକୌଣସି ସଂସ୍ଥା ସହ ଜଡିତ ରହି ମଧ୍ୟ ଆମ ପ୍ଲାଟଫର୍ମରେ ପ୍ରକାଶନ କରିବାର ସୁବିଧା ସହିତ ଲାଇଭ ଅପଡେଟ ପାଇପାରିବେ ଏବଂ ଉପଭୋକ୍ତାଙ୍କ ସହିତ ସର୍ବଦା ଜଡିତ ରହିପାରିବେ !

Building Meaningful Connections

ସମୃଦ୍ଧ ସମ୍ପର୍କ ସ୍ଥାପନ

ଯୋଗାଯୋଗ ହେଉଛି ଏକ ସମୃଦ୍ଧ ସାହିତ୍ୟ ସମ୍ପ୍ରଦାୟର ମୂଳଦୁଆ | ଆମର ନିର୍ଦ୍ଦିଷ୍ଟ ଅଧ୍ୟାୟ ଭିତ୍ତିକ ଫୋରମ୍ ପାଠକ ଓ ଲେଖକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇଥାଏ | ଅଧିକିନ୍ତୁ ଆମର ଆର୍ଥିକ ସହଭାଗିତା ମଡେଲ ସବୁଠୁ ସର୍ବୋତ୍ତମ | (ବି.ଦ୍ର:- ଆମେ ଅଗ୍ରିମ ପ୍ରଦାନ କରୁନାହୁଁ |)
Promotions, Engagements & Beyond

ପ୍ରଚାର, ପ୍ରତିବଦ୍ଧତା ଓ ପ୍ରାେତ୍ସାହନ

ବାଟୋଇ ହବ୍ ସହିତ, ଆପଣଙ୍କର ବିଷୟବସ୍ତୁ ଏକ ଯୋଗ୍ୟ ସ୍ଥାନ ପାଇଥାଏ | ପ୍ରକାଶନ ପୂର୍ବରୁ ଏବଂ ପ୍ରକାଶନ ପରେ ବ୍ୟାପକ ଡିଜିଟାଲ ଅଭିଯାନ ମାଧ୍ୟମରେ ଆମ୍ଭେ ଏହା ସୁନିଶ୍ଚିତ କରିଥାଉ ଯେ ଆପଣଙ୍କ ଲେଖା ଉପଯୁକ୍ତ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚେ | ଆମର ନିୟମିତ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ପାଠକମାନଙ୍କ ସହ ଏକ ସୁସମ୍ପର୍କ ସ୍ଥାପନ କରିବାରେ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ |
Managed Publishing Services

ପରିଚାଳନା ପ୍ରକାଶନ ସେବାଗୁଡିକ

ଏକ ଉତ୍ତମ ପାଣ୍ଡୁଲିପି ତିଆରି କରିବା କଦାପି ଏକ ଛୋଟ କଥା ନୁହେଁ | ସମ୍ପାଦନା, ସମୀକ୍ଷା ଏବଂ ଅନୁବାଦ ସହିତ ଆମର ପ୍ରାୟୋଜିତ ସେବାଗୁଡିକ ଆପଣଙ୍କ ସର୍ଜନାକୁ ଉପଯୁକ୍ତ ସମ୍ମାନ ମିଳିବା ନେଇ ସୁନିଶ୍ଚିତ କରେ | ଏହା ସହିତ ଆମ ପ୍ଲାଟଫର୍ମ ଜରିଆରେ ଏକ କୁଶଳୀ ଟିମ୍ ଏବଂ ବିଶ୍ୱସ୍ତ ପାର୍ଟନରମାନେ ମଧ୍ୟ ଆପଣଙ୍କ ପାଖରେ ରହିବେ |
Platform Features for the Modern Author

ଆଧୁନିକ ଲେଖକଙ୍କ ପାଇଁ ପ୍ଲାଟଫର୍ମର ଅତ୍ଯାଧୁନିକ ବୈଶିଷ୍ଟ୍ୟ

ଡିଜିଟାଲ ଯୁଗକୁ ଆଖି ଆଗରେ ରଖି ବାଟୋଇ ହବ୍ କୁ ପ୍ରସ୍ତୁତ କରାଯାଇଛି | ଏକ ଯଥାଯଥ ବିଷୟବସ୍ତୁ ସୃଷ୍ଟି ନିମନ୍ତେ ମାର୍କଡାଉନ ଏଡିଟରର ସୁବିଧା ହେଉ କି ସମୀକରଣ ତଥା ଗାଣିତିକ ଲେଖାକୁ ସହଜରେ ପ୍ରକାଶ କରିବାର କ୍ଷମତା ହେଉ, କିମ୍ବା ପାେଷ୍ଟ ବା ପରିଚ୍ଛେଦଗୁଡ଼ିକୁ ବ୍ଲଗ୍ ପୋଷ୍ଟରେ ପରିଣତ କରିବା ପାଇଁ ବିଶେଷ ସୁବିଧା ପ୍ରଦାନ କରିବା ପାଇଁ ହେଉ, ଆମ ପାଖରେ ଆପଣଙ୍କ ବିଷୟବସ୍ତୁକୁ ଭିନ୍ନ ଭାବରେ ଉପସ୍ଥାପନ କରିବା ପାଇଁ ଆବଶ୍ଯକୀୟ ଉପକରଣ ରହିଛି | ଆହୁରି ମଧ୍ୟ, ଏଆଇ (AI) ସଂଚାଳିତ ଏସ୍ଇଓ ଅପ୍ଟିମାଇଜେସନ୍ ସହିତ ଆପଣଙ୍କର ପହଞ୍ଚ ଆହୁରି ବ୍ୟାପକ ହୋଇପାରିବ |
Share, Engage, Expand

ସହଭାଗିତା, ଯାେଗଦାନ, ବିସ୍ତାର

ଭଲ କାହାଣୀ ସବୁବେଳେ ଅଧିକରୁ ଅଧିକ ଶୁଣାଯିବା ଯୋଗ୍ୟ । କଷ୍ଟମ୍ କଭର୍ ଅପଲୋଡ୍, ଖୁବ୍ ଶୀଘ୍ର ଆସୁଥିବା ଅଡିଓ/ ଭିଡିଓ ପ୍ରକାଶନର ସୁବିଧା, ଏବଂ ସୋସିଆଲ ସେୟାରିଂ କ୍ଷମତା ସହିତ, ବାଟୋଇ ହବ୍ ନିଶ୍ଚିତ କରେ ଯେ ଆପଣଙ୍କର ସର୍ଜନା କେବଳ ଗୋଟିଏ ସ୍ଥାନରେ ରହିବ ନାହିଁ ବରଂ ଏହା ଅନ୍ଯମାନଙ୍କୁ ଅଧିକ ଆକୃଷ୍ଟ କରିବ, ପ୍ରେରଣା ଦେବ ଓ ସବୁଠି ଅନୁରଣିତ ହେବ ।
Multilingual Publishing: Reach Beyond Boundaries

ବହୁଭାଷୀ ପ୍ରକାଶନକୁ ଆପଣାନ୍ତୁ: ଅସୀମତାକୁ ପ୍ରାପ୍ତ କରନ୍ତୁ

ଭଲ କାହାଣୀ ପାଇଁ ଭାଷା କଦାପି ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ | ଆମ ସହିତ ଇଂରାଜୀ ଏବଂ ଓଡିଆରେ ପ୍ରକାଶ କରନ୍ତୁ | ଆଗାମୀ ସମୟରେ ଏଥିରେ ଆହୁରି ଅନେକ ଆଞ୍ଚଳିକ ଭାଷା ଯୋଡ଼ିହେବ | ବାଟୋଇ ହବ୍ ସହିତ ଆପଣ ନିଜର ପାଠକ/ସବସ୍କ୍ରାଇବର୍ସମାନଙ୍କ ସହିତ ନିଜ ସମ୍ପର୍କକୁ ଦିଗନ୍ତ ପ୍ରସାରୀ କରାନ୍ତୁ |

ଆପଣଙ୍କ ପ୍ରକାଶନ ଯାତ୍ରାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଆପଣ ପ୍ରସ୍ତୁତ ତ ?

ବାଟୋଇ ହବ୍ ଏକ ପ୍ଲାଟଫର୍ମ ନୁହେଁ, ଏହା ଏକ କମ୍ଯୁନିଟି - ଯେଉଁଠାରେ ବିଷୟବସ୍ତୁ, ଟେକ୍ନୋଲୋଜି ଓ ଆବେଗର ମିଶ୍ରଣ ଦେଖିବାକୁ ମିଳିଥାଏ | ଆମ ସହିତ ସାମିଲ୍ ହୁଅନ୍ତୁ ଏବଂ ପ୍ରକାଶନର ଭଵିଷ୍ୟତ ଲେଖିବା ପାଇଁ ଆଗଭର ହୁଅନ୍ତୁ |

Get Started
...
ଏକ ତ୍ରୁଟି ରିପୋର୍ଟ କରନ୍ତୁ