ସର୍ଜନାତ୍ମକ ଲେଖା ପ୍ରତିଯୋଗିତା ୨୦୨୪

ସାରସ୍ବତ ଶୁଭେଚ୍ଛା ଓ ଶୁଭକାମନା । ଓଡ଼ିଆ ଭାଷାର ପ୍ରଚାର ତଥା ଡିଜିଟାଲ୍ ସାହିତ୍ଯକୁ ସୁଦୃଢ କରିବାର ଲକ୍ଷ୍ଯ ନେଇ ବାଟୋଇ ହବ୍ ଓଡ଼ିଆ ଭାଷାରେ ଏକ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା ୨୦୨୪ (କ୍ରିଏଟିଭ୍ ରାଇଟିଂ ଚ୍ଯାଲେଞ୍ଜ ୨୦୨୪)ର ଆୟୋଜନ କରିଛି ।

ଶୈଶବ ଥିମ୍ (ବିଷୟବସ୍ତୁ)କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାଟି ଏକମାସବ୍ଯାପୀ ଭର୍ଚୁଆଲ୍ ମୋଡ୍ ରେ ଅନୁଷ୍ଠିତ ହେବ । ଏହି ଭର୍ଚୁଆଲ୍ ଲେଖା ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଆମେ ସମସ୍ତଙ୍କୁ ଆହ୍ବାନ କରୁଛୁ । ଏହି ପ୍ରତିଯୋଗିତା ଜରିଆରେ ନିଜ ପିଲାଦିନର ଅନୁଭବ, ସ୍ମୃତି ଓ କାହାଣୀକୁ ଆମ ପ୍ଲାଟଫର୍ମରେ ବ୍ଯାଖ୍ଯା କରିବାକୁ ଆମେ ସୁଯୋଗ ପ୍ରଦାନ କରୁଛୁ । ଆସନ୍ତୁ, ନିଜ ଜୀବନର ଅଭୁଲା ସମୟକୁ ଆମ ପ୍ଲାଟଫର୍ମ ଜରିଆରେ ଅଗଣିତ ପାଠକଙ୍କ ପାଖରେ ସେୟାର କରନ୍ତୁ ଏବଂ ନିଜ ସୃଜନଶୀଳ ପ୍ରତିଭାର ପ୍ରଦର୍ଶନ କରି ପୁରସ୍କାର ପାଇବାର ଅବସର ପ୍ରାପ୍ତ କରନ୍ତୁ ।

ଅକ୍ଟୋବର ୫, ୨୦୨୪

ଦାଖଲ କରିବାର ଆରମ୍ଭ ଦିନ

ନଭେମ୍ବର ୫, ୨୦୨୪

ଦାଖଲ କରିବାର ଶେଷ ଦିନ

ନଭେମ୍ବର ୧୪, ୨୦୨୪

ବିଜେତା ଘୋଷଣା
(ଆମର ଫେସବୁକ୍ ପୃଷ୍ଠାରେ)

Event Banner
Prize Image

ପୁରସ୍କାର

  • ଶ୍ରେଷ୍ଠ ତିନୋଟି ଲେଖା (ଗଳ୍ପ, କବିତା, ପ୍ରବନ୍ଧ - ପ୍ରତ୍ଯେକ ବିଭାଗ ପାଇଁ ଶ୍ରେଷ୍ଠ ତିନୋଟି ଲେଖାଏଁ ଲେଖା ଚୟନ କରାଯିବ), ବାଟୋଇ ହବ୍ ରେ ସ୍ଥାନ ପାଇବ ଏବଂ ଆମ ଫେସବୁକ୍ ପୃଷ୍ଠାରେ ମଧ୍ୟ ପୋଷ୍ଟ କରାଯିବ।
  • ବିଜେତା ତଥା ଶ୍ରେଷ୍ଠ ଲେଖାଗୁଡିକ ଲୋକପ୍ରିୟ ସାହିତ୍ଯ ପତ୍ରିକା ‘ବିଶ୍ବମୁକ୍ତି’ ଓ ମାସିକ ଓଡ଼ିଆ ପତ୍ରିକା ‘ଆମରି ସତ୍ଯ’ର ଆଗାମୀ ସଂଖ୍ଯାରେ କ୍ରମାନ୍ବୟରେ ପ୍ରକାଶିତ ହେବ ।
  • ଏହି ପ୍ରତିଯାେଗିତାର ଶ୍ରେଷ୍ଠ ଦଶଜଣ ପ୍ରତିଯୋଗୀଙ୍କୁ ଇ - ପ୍ରମାଣପତ୍ର ଦିଆଯିବ ।

କିପରି ପୋଷ୍ଟ କରିବେ

  • ବିଦ୍ଯମାନ ବ୍ଯବହାରକାରୀ ବାଟାେଇ ହବ୍ କୁ ଲଗ୍ଇନ୍ କରନ୍ତୁ । ନବାଗତ ବ୍ଯବହାରକାରୀ, ଆମ ସହାୟକ ନିବନ୍ଧ ର ସାହାଯ୍ଯ ନେଇ ଏକ ଆକାଉଣ୍ଟ ଖୋଲନ୍ତୁ ଏବଂ ଲଗ୍ଇନ୍ କରନ୍ତୁ ।
  • ଲଗ୍ଇନ୍ କରିବା ପରେ ଆପଣ ନିଜ ପ୍ରୋଫାଇଲକୁ ଦେଖିପାରିବେ ।
  • ଏହାପରେ ଡ୍ଯାସବୋର୍ଡରେ ଥିବା ପୋଷ୍ଟ ମେନ୍ଯୁ ଉପରେ କ୍ଲିକ୍ କରନ୍ତୁ ।
  • ଏଠାରେ ଆପଣ ନିଜ ଲେଖାକୁ ଲେଖି ପାରିବେ ଅଥବା ପେଷ୍ଟ କରିପାରିବେ ।
  • ନିଜ ଲେଖା ପ୍ରକାଶ କରିବା ସମୟରେ ବିଭାଗଗୁଡିକ ମଧ୍ୟରୁ 'ଶିଶୁ ସାହିତ୍ଯ' ଚୟନ କରନ୍ତୁ ।
  • ଉପଯୁକ୍ତ କଭର ଫଟୋ ଅପଲୋଡ୍ କରନ୍ତୁ ।
  • ଏହାପରେ ସେଭ୍ ଏବଂ ଲାଇଭ୍ ବଟନ୍ ରେ କ୍ଲିକ୍ କରନ୍ତୁ ।
  • ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଦ୍ବାରା ଦାଖଲ ହାେଇଥିବା ଲେଖା ଆପଣଙ୍କର ନିଜସ୍ବ ଏବଂ ପ୍ରତିଯୋଗିତାର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ପାଳନ କରୁଛି ।
Publishing Steps
ନିୟମ ଏବଂ ନିର୍ଦ୍ଦେଶାବଳୀ

ନିୟମ ଏବଂ ନିର୍ଦ୍ଦେଶାବଳୀ

  • ଲେଖାଟି କେବଳ ଓଡ଼ିଆ ଭାଷାରେ ହେବା ଆବଶ୍ୟକ ।
  • ଏହି ପ୍ରତିଯୋଗିତାରେ ଗଳ୍ପ, କବିତା, ପ୍ରବନ୍ଧ ଲେଖା ଗ୍ରହଣୀୟ।
  • ଗଳ୍ପଟି ୩୦୦ରୁ ୧୦୦୦ ଶବ୍ଦ ମଧ୍ୟରେ, କବିତାଟି ୧୦୦ରୁ ୨୦୦ ଶବ୍ଦ ମଧ୍ୟରେ ଓ ପ୍ରବନ୍ଧଟି ୫୦୦ରୁ ୧୦୦୦ ଶବ୍ଦ ମଧ୍ୟରେ ରହିବା ଉଚିତ୍ ।
  • ପ୍ରତ୍ୟେକ ଅଂଶଗ୍ରହଣକାରୀ କେବଳ ଗୋଟିଏ ଲେଖା ଦାଖଲ କରିପାରିବେ ।
  • ଲେଖାଟି ପିଲାଦିନର ସ୍ମୃତି ଏବଂ ଅନୁଭୂତି ଉପରେ କେନ୍ଦ୍ରିତ ହେବା ଆବଶ୍ୟକ ।
  • ନିଜ ଲେଖା ପ୍ରକାଶ କରିବା ସମୟରେ 'ଶିଶୁ ସାହିତ୍ଯ' ଶ୍ରେଣୀ ବା ବିଭାଗରେ ଯୋଡ଼ିବା ବାଧ୍ୟତାମୂଳକ ଅଟେ ।
  • ଲେଖାଟି ବାଟୋଇ ହବ୍ ରେ ପୂର୍ବରୁ ପ୍ରକାଶିତ ହୋଇନଥିବା ଆବଶ୍ୟକ ।
  • ଲେଖାଟିରେ କୌଣସି ବନାନ ବା ବ୍ୟାକରଣଗତ ତ୍ରୁଟି ରହିବା ଉଚିତ୍ ନୁହେଁ ।
  • ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ହେବ ।
  • ଲେଖା ସହିତ କଭର ଫଟୋ ମଧ୍ୟ ରହିବା ଉଚିତ ।
  • ଅସମାପ୍ତ ଲେଖା ଅଯୋଗ୍ୟ ଘୋଷିତ ହେବ ।

ଯଦି ଏନେଇ କୌଣସି ଦ୍ବନ୍ଦ୍ବ ରହିଛି, ତେବେ ଦୟାକରି ଆମର ସହାୟକ ନିବନ୍ଧ ପଢନ୍ତୁ ।

ଅଧିକ କିଛି ଜାଣିବାକୁ ଚାହୁଁଥିଲେ

ଏହି ସମ୍ପର୍କିତ ଅଧିକ କିଛି ପ୍ରଶ୍ନ ରହିଥିଲେ ଅଥବା ସାହାଯ୍ଯ ଚାହୁଁଥିଲେ, ବିନା ଦ୍ବନ୍ଦ୍ବରେ ଯାେଗାଯୋଗ କରନ୍ତୁ

ତ୍ରୁଟି ରିପୋର୍ଟ କରନ୍ତୁ