ଆରଂଭରୁ ଉଦୟ ହେଲା ଗୋଟେ ଆଲୁଅର ଆଭା
ଅଂଧାର ଲୁହ ହୋଇ ବୋହିଗଲା ଆଖିରୁ
ପରିଷ୍କାର ଦିଶିଲା ଦିଗନ୍ତ
ଛିଡାହେଲା ଆଖି ପାଆନ୍ତାରେ
ରକ୍ତଫୁଲର ନୀଳ ଲୋହିତ ସବୁଜ ଗୋଟେ ଗଛ
ସେ ଗଛର ଡାଳରେ
ଭାବାକୁଳ ଇଚ୍ଛାମାନେ ବସା ବାଂଧିଲେ
ତାର ଅଜାଣତରେ ଉଡୁଥିଲେ ଡାଳରୁ ଡାଳକୁ
ଖଣ୍ଡାଧାରରେ ଆଦୌ ଭାରସାମ୍ୟ ରହୁନଥିଲା