ସହଯୋଜ୍ୟତା


ଏକ ସାହଯୋଜୀ ବା ସହସଂଯୋଜ୍ୟ ଅଣୁ (ଉ. H~2~O) କିମ୍ବା ଆୟନରେ (ଉ. SO~4~^2-^) (covalent molecule or ion) ଗୋଟିଏ ପରମାଣୁ ନିଜର ଯେତୋଟି ଇଲେକଟ୍ରନ୍ ଅନ୍ୟ ପରମାଣୁ ସହିତ ସହଭାଜନ (share) କରିଥାଏ, ତାହାକୁ ତାହାର ସହଯୋଜ୍ୟତା କୁହାଯାଏ । ![Covalency](https://www.phytoon.com/pub/assets/2021/07/09/4.jpg) ଗୋଟିଏ ଜଳ ଅଣୁରେ ଗୋଟିଏ O ଏବଂ ଦୁଇଟି H ପରମାଣୁ ମାନଙ୍କ ମଧ୍ୟରେ ଦୁଇଟି ସହସଂଯୋଜ୍ୟ( ସହଯୋଜୀ) ବନ୍ଧ ଅଛି । ପ୍ରତ୍ୟେକ ବନ୍ଧରେ ଦୁଇଟି ଇଲେକଟ୍ରନ୍ ରହିଥାଏ, ସେଥିରୁ ଗୋଟିଏ O ର ଏବଂ ଅନ୍ୟଟି H ର ଇଲେକଟ୍ରନ୍ । ଜଳ ଅଣୁରେ O ପରମାଣୁର ସହଯୋଜ୍ୟତା ହେଲା 2 କାରଣ ତାହା ସମୁଦାୟ ଦୁଇଟି ଇଲେକଟ୍ରନ୍ ( ବାମ ଏବଂ ଡ଼ାହାଣ ପଟେ ଗୋଟିଏ ଲେଖାଏଁ) ସହଭାଜନ କରିଛି । ସେହିଭଳି ପ୍ରତ୍ୟେକ H ର ସହଯୋଜ୍ୟତା ହେଲା 1, କାରଣ ପ୍ରତ୍ୟେକ H ପରମାଣୁ ଗୋଟିଏ ଲେଖାଏଁ ଇଲେକଟ୍ରନ୍ ସହଭାଜନ କରିଛନ୍ତି । **ସହଯୋଜ୍ୟତାର ଆଉ ଏକ ସଂଜ୍ଞା ହେଲା ସହଯୋଜୀ ଅଣୁ ବା ଆୟନରେ ଗୋଟିଏ ପରମାଣୁ ଅନ୍ୟ ପରମାଣୁ ମାନଙ୍କ ସହିତ ଯେତୋଟି ଇଲେକଟ୍ରନ୍ ଯୁଗଳ (ସହସଂଯୋଜ୍ୟ ବନ୍ଧ ବା ଗାର) ଦ୍ଵାରା ସଂଯୋଜିତ ହୋଇଥାନ୍ତି ତାହା ହେବ ସେହି ପରମାଣୁର ସହଯୋଜ୍ୟତା ।** *ଉଦାହରଣ:* ସଲଫେଟ୍ ଆୟନର ସହସଂଯୋଜୀ ବନ୍ଧ ଚିତ୍ର ଦେଖି ସଲଫର୍ ପରମାଣୁର ସହଯୋଜ୍ୟତା କେତେ ହେବ କୁହ ? ![Sulfur Covalency](https://www.phytoon.com/pub/assets/2021/07/09/11.jpg)          

"ସହଯୋଜ୍ୟତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ସଦସ୍ୟମାନଙ୍କ ପାଇଁ ସୁରକ୍ଷିତ ହୋଇଛି ଏବଂ ଏହା ସଦସ୍ୟତା ଗ୍ରହଣ କରିବା ମୁକ୍ତ ଅଟେ