ରାସାୟନିକ ପ୍ରତିକ୍ରିୟା ସମୀକରଣ


କିଛି ରାସାୟନିକ ପଦାର୍ଥମାନଙ୍କ (ଯୌଗିକ ଏବଂ ମୌଳିକ) ମଧ୍ୟରେ ପ୍ରତିକ୍ରିୟା ଘଟି ସେମାନଙ୍କର ରୂପାନ୍ତରଣ ହୋଇଥାଏ ଓ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । ଯେଉଁମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଘଟେ ସେମାନଙ୍କୁ ପ୍ରତିକାରକ (Reactants) ଓ ପ୍ରତିକ୍ରିୟା ଘଟିସାରିଲା ପରେ ଯେଉଁ ନୂତନ ପଦାର୍ଥ ସୃଷ୍ଟି ହୁଏ, ତାହାକୁ ଉତ୍ପାଦ (Products) କୁହାଯାଏ । ରାସାୟନିକ ସମୀକରଣ ମାଧ୍ୟମରେ ପ୍ରତିକ୍ରିୟାକୁ ଆମେ ସହଜରେ ଜାଣିପାରିଥାଉ । ପ୍ରତିକାରକମାନଙ୍କର ସଂକେତ/ପ୍ରତୀକ ବାମ ପଟେ ଓ ଉତ୍ପାଦମାନଙ୍କର ସଂକେତ/ପ୍ରତୀକ ଡ଼ାହାଣ ପଟେ ଲେଖାଯାଏ ଓ ସେମାନଙ୍କ ମଝିରେ ଏକ ତୀର ଚିହ୍ନ (→) ଦିଆଯାଏ । ତୀର ଚିହ୍ନର ଅର୍ଥ ହେଲା ‘ସୃଷ୍ଟି କରିଥାଏ’ ବା ‘ଦେଇଥାଏ’ (produces or gives rise to) । ବସ୍ତୁତ୍ଵ ସଂରକ୍ଷଣ ନିୟମ ଅନୁଯାୟୀ ସମୀକରଣ ଟିକୁ ସମତୁଲ (balance) କରାଯାଇଥାଏ । ପ୍ରତ୍ୟେକ ମୌଳିକ ପରମାଣୁର ସଂଖ୍ୟା ବାମ ଓ ଡାହାଣ ପଟେ ସମାନ କରିବାକୁ ସମତୁଲ କରିବା କୁହାଯାଏ । Ca(OH)~2~ + 2HCl → CaCl~2~ + 2H~2~O (ସମତୁଲିତ ପ୍ରତିକ୍ରିୟା ସମୀକରଣ) Ca(OH)~2~, ଓ HCI ହେଲେ ପ୍ରତିକାରକ ଏବଂ CaCI~2~ ଓ H~2~O ହେଲେ ଉତ୍ପାଦ । ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସମୀକରଣ (Different types of Reaction Equations): **(i)** ଏକ ପ୍ରତିକାରକ → ଦୁଇ ଉତ୍ପାଦ CaCO~3~ → CaO + CO~2~ **(ii)**

"ରାସାୟନିକ ପ୍ରତିକ୍ରିୟା ସମୀକରଣ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ସଦସ୍ୟମାନଙ୍କ ପାଇଁ ସୁରକ୍ଷିତ ହୋଇଛି ଏବଂ ଏହା ସଦସ୍ୟତା ଗ୍ରହଣ କରିବା ମୁକ୍ତ ଅଟେ