ରାସାୟନିକ ସଂକେତ


ମୌଳିକମାନଙ୍କର ପ୍ରତୀକ ସହାୟତାରେ ଏକ ଯୌଗିକ କିମ୍ବା ମୌଳକିର ଗୋଟିଏ ରାସାୟନିକ ଏକକ କିମ୍ବା ଅଣୁକୁ ଏକ ରାସାୟନିକ ସଂକେତ ଦ୍ଵାରା ପ୍ରକାଶ କରାଯାଏ । ସଂକେତରେ ଏକାଧିକ ପରମାଣୁ ରହିଥାନ୍ତି । ଏହା ଦୁଇ ପ୍ରକାରର । ####(A) ଆନୁଭବିକ ସଂକେତ (Empirical formula): ଏହା ମୌଳିକ ପରମାଣୁ ବା ମୂଳକମାନଙ୍କର ସରଳତମ ଅନୁପାତକୁ ଦର୍ଶାଇ ଥାଏ । ଆୟନୀୟ ପଦାର୍ଥ (ionic compounds)ମାନଙ୍କର ସଂକେତ ହେଲା ଆନୁଭବିକ ସଂକେତ, କାରଣ ଏଥିରେ ମୁକ୍ତ ଅଣୁ ନଥାନ୍ତି । ଆୟନମାନେ ଜାଲକ (network) ସୃଷ୍ଟି କରି ରହିଥାନ୍ତି । Example: NaCl (1:1), Al~2~(SO~4~)~3~ (2:3); CaCI~2~ (1:2) ଇତ୍ୟାଦି । ଏମାନେ ହେଲେ ଆନୁଭବିକ ସଂକେତ । ####(B) ଆଣବିକ ସଂକେତ (Molecular Formula): ଏହା ସହସଂଯୋଜ୍ୟ (covalent) ଯୌଗିକ କିମ୍ବା ମୌଳିକମାନଙ୍କର ଥାଏ । କାରଣ, ଏମାନଙ୍କର ମୁକ୍ତ ଅବସ୍ଥାରେ ଥାଆନ୍ତି; ଯଥା CO~2~, HCl, O~2~, H~2~SO~4~, N~2~, NH~3~ ଇତ୍ୟାଦି । ଏମାନେ ହେଲେ ଆଣବିକ ସଂକେତ । ବ୍ୟତିକ୍ରମ: ନିଷିୟ ଗ୍ୟାସ ମାନେ ହେଲ ଏକ ପରମାଣୁ ବିଶିଷ୍ଟ ଅଣୁ (He, Ne, Ar, K, Xe, Rn) । କେତେକ ସହସଂଯୋଜ୍ୟ ଯୌଗିକମାନଙ୍କର ଉଭୟ ଆନୁଭବିକ ଓ ଆଣବିକ ସଂକେତ ଥାଏ । ଉଦାହରଣ ସର୍ତ୍ତପ C~6~H~12~O~6~(ଗୁଲକୋଜ); ଏହା ହେଲା ଗୁଲକୋଜର ଆଣବିକ ସଂକେତ । କିନ୍ତୁ ଏହାର ଆନୁଭବିକ ସଂକେତ ହେଲା CH~2~O,

"ରାସାୟନିକ ସଂକେତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ସଦସ୍ୟମାନଙ୍କ ପାଇଁ ସୁରକ୍ଷିତ ହୋଇଛି ଏବଂ ଏହା ସଦସ୍ୟତା ଗ୍ରହଣ କରିବା ମୁକ୍ତ ଅଟେ