ଅମ୍ଳ ଓ କ୍ଷାର


###ଅମ୍ଳ ବା ଏସିଡ଼: ଯେଉଁ ପଦାର୍ଥ ଜଳରେ ଦ୍ରବୀଭୂତ ହେଲେ ହାଇଡ୍ରୋଜେନ୍ ଆୟନ୍ (hydrogen ion) ଅଥବା H^+^ ସୃଷ୍ଟି ହୋଇଥାଏ, ତାକୁ ଆମେ ଏସିଡ୍ କହିଥାଉ। ଅବଶ୍ୟ ତୁମେ ଜାଣିଛ ଯେ, ଜଳରେ H^+^ ଆୟନ ମୁକ୍ତ ଅବସ୍ଥାରେ ନରହି, H~3~O^+^ (ହାଇଡ୍ରୋନିୟମ୍ ଆୟନ) ଅବସ୍ଥାରେ ଥାଏ । ଗୋଟିଏ ଏସିଡ଼ ଅଣୁ ସର୍ବାଧିକ ଯେତୋଟି H^+^ ଆୟନ ସୃଷ୍ଟି କରିପାରେ, ତାହାକୁ ଏସିଡର କ୍ଷାରକୀୟତା (basicity of the acid) କୁହାଯାଏ । ଅମ୍ଳରୁ ମିଳୁଥିବା ହାଇଡ୍ରୋଜେନ୍ ଆୟନର ସଂଖ୍ୟା ଅନୁସାରେ ଅମ୍ଳ ମୁଖ୍ୟତଃ ଚାରି ପ୍ରକାରର । ####(a) ଏକ କ୍ଷାରକୀୟ ଏସିଡ଼ (Monobasic Acid): ଏଭଳି ଏସିଡ଼ରେ ଗୋଟିଏ ପ୍ରତିସ୍ଥାପନୀୟ (replaceable) ହାଇଡ୍ରୋଜେନ୍ (H) ପରମାଣୁ ଥାଏ ଏବଂ ଏହି ଏସିଡ଼ ଜଳରେ ଦ୍ରବୀଭୂତ ହେଲେ ଏହାର ଗୋଟିଏ ଅଣୁରୁ ଗୋଟିଏ ହାଇଡ୍ରୋଜେନ୍ ଆୟନ୍ (H^+^) ସୃଷ୍ଟି ହୋଥାଏ । ଉଦାହରଣ: HCl (ହାଇଡ୍ରୋକ୍ଲୋରିକ୍ ଏସିଡ଼: ଲବଣାମ୍ଲ), HBr (ହାଇଡ୍ରୋକ୍ଲୋମିକ୍ ଏସିଡ଼), HI (ହାଇଡ୍ରୋଆୟୋଡ଼ିକ୍ ଏସିଡ଼), HNO~3~ (ନାଇଟ୍ରିକ୍ ଏସିଡ଼), HF (ହାଇଡ୍ରୋଫ୍ଲୋରିକ୍ ଏସିଡ଼), CH~3~COOH (ଏସିଟିକ୍ ଏସିଡ଼); ଏମାନେ ଜଳରେ ଦ୍ରବୀଭୂତ ହେଲେ ସର୍ବାଧୁକ ଗୋଟିଏ H^+^ ଆୟନ ସୃଷ୍ଟି କରିଥାଆନ୍ତି । HCl → H^+^ + Cl^–^ CH~3~COOH → CH~3~COO^-^ + H^+^ ####(b) ଦ୍ଵିକ୍ଷାରକୀୟ ଏସିଡ଼ (Dibasic Acid): ଯେଉଁ ଏସିଡ଼ରେ ଦୁଇଟି ପ୍ରତିସ୍ଥାପନୀୟ H^+^ ପରମାଣୁ ଥାଏ ଏବଂ

"ଅମ୍ଳ ଓ କ୍ଷାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ସଦସ୍ୟମାନଙ୍କ ପାଇଁ ସୁରକ୍ଷିତ ହୋଇଛି ଏବଂ ଏହା ସଦସ୍ୟତା ଗ୍ରହଣ କରିବା ମୁକ୍ତ ଅଟେ