ନୂଆ କାହାଣୀ ଓ ନୂଆ ଭାବନାର ଅପେକ୍ଷା

ଆଜି ରୁପେଲୀ ପରଦା ହେଉ ଅବା ନାଟକ ସବୁଠି ପ୍ରଭାବ ବିସ୍ତାର କରିଛି କାହାଣୀ । ଦମ୍‌ଦାର କାହାଣୀକୁ ଦର୍ଶକ ଆପଣେଉଛନ୍ତି । ସଠିକ୍ ଭାବେ କୁହାଯାଉଛି କି, ବର୍ତ୍ତମାନର ସମୟ ଉପଯୁକ୍ତ ସମୟ ।


ମାର୍ଚ୍ଚ ୮ ତାରିଖରେ ସାରା ବିଶ୍ୱ ପାଳିଥାଏ ବିଶ୍ୱ ମହିଳା ଦିବସ । କହିବାରେ ଦ୍ୱିଧା ନାହିଁ କି ଭାରତୀୟ ମହିଳାମାନେ ଆଜି ପରମ୍ପରାଗତ କାର୍ଯ୍ୟରୁ ବାହାରି ଆସି ବିଭିନ୍ନ କ୍ଷେତ୍ରରେ ନିଜକୁ ଅପ୍ରତିଦ୍ୱନ୍ଦ୍ଵୀ ପ୍ରତିପାଦିତ କରିଛନ୍ତି । ନିଜକୁ ବହୁଦା ବିଭକ୍ତ କରି ପ୍ରତ୍ୟେକ କ୍ଷେତ୍ରରେ ନିଜର ଠୋସ୍ ଉପସ୍ଥିତି ସାବ୍ୟସ୍ତ କରିଛନ୍ତି । ପରଦା ପରଦା ହୋଇ ରହିନାହିଁ । ସେ ଘର ହେଉ, କାର୍ଯ୍ୟସ୍ଥଳ ହେଉ ଅବା ମନୋରଂଜନ କ୍ଷେତ୍ର ।

ଆଜି ମହିଳାମାନେ ପରଦା ପଛରେ ଓ ପରଦା ଆଗରେ ନିଜକୁ ବଳିଷ୍ଠ ଢଙ୍ଗରେ ଆଗକୁ ଆଣିଛନ୍ତି । ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ମନୋରଂଜନ କଥା କହିଲେ ସେମାନେ ବଳିଷ୍ଠ କାହାଣୀକୁ ଅପେକ୍ଷାକୃତ ଅଧିକ ବାସ୍ତବିକତାର ସହିତ ପରସିଛନ୍ତି । ଏମାନେ ସାଧାରଣତଃ ପରମ୍ପରାଗତ ଫର୍ମୁଲା ତଥା ଶୈଳୀରୁ ବାହାରକୁ ଯାଇ ଏପରି କାହାଣୀମାନ ପରଦାକୁ ଆଣୁଛନ୍ତି; କେବଳ ଯେ ପ୍ରଶଂସା ପାଉଛନ୍ତି ତା' ନୁହେଁ, ବରଂ ଦର୍ଶକମାନେ ଏହି କାହାଣୀ ସହିତ ନିଜକୁ ନିଜ ଜୀବନକୁ ଯୋଡ଼ିପାରୁଛନ୍ତି । ଉଦାହରଣ ସ୍ୱରୂପ ଅନ୍ୱିତା ଦତ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବୁଲ୍‌ବୁଲ୍‌’ର ମନ୍ତ୍ରମୁଗ୍‌ଧ କରିଦେଲା ପରି କାହାଣୀ । ‘ପାୱା କଢ଼ଇଗଲ୍‌’କୁ ନିର୍ଦ୍ଦେଶନା ଦେଇଥିବା ସୁଧା କଂଗୋରାଙ୍କଠାରୁ ଆରମ୍ଭ କରି ସୋଫିଆ ପାଲ୍ ପର୍ଯ୍ୟନ୍ତ । ସୋଫିଆ ପାଲ୍‌ଙ୍କ ମାଲାୟାଲମ୍ ସୁପରହିଟ୍ ‘ମିନାଲ ମୁରାରୀ’ ଓ ଲୀନା ଯାଦବଙ୍କ ଡକ୍ୟୁମେଣ୍ଟାରୀ - ସିରିଜ୍ ‘ହାଉସ୍ ଅଫ୍ ସିକ୍ରେଟ୍‌ସ: ବୁରାରି ଡେଥ୍‌’ । ଏହି ସମସ୍ତ ଉଦାହରଣ ସେଇ ମହିଳାଙ୍କର, ଯେଉଁମାନେ ପ୍ରଭାବଶାଳୀ କଥାକାର ।

ପ୍ରକୃତରେ ଏହା ଗର୍ବ କରିବାର କଥା କି ନେଟ୍‌ଫ୍ଲିକ୍ସର ବୈଶ୍ୱିକ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ ୫୧.୭% କେବଳ ମହିଳା । ଏହି ସଂଖ୍ୟା ୨୦୨୦ରେ ଥିଲା ୪୮.୬% । ଅର୍ଥାତ୍ ବାର୍ଷିକ ଆଧାରରେ ମନୋରଂଜନ କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଏଯାବତ୍ ଯେତେବି କାହାଣୀର ପର୍ଦ୍ଦାରୂପ ଦିଆଯାଇଛି; ସେହି ସମସ୍ତ କାହାଣୀର ପ୍ରମୁଖ ଚରିତ୍ର ମହିଳା । ଏଥିରେ ମସାବା ମସାବାଠାରୁ ଆରମ୍ଭ କରି କାଲି କାଲି ଆଖେଁ ପର୍ଯ୍ୟନ୍ତ । ଦିନ ପ୍ରତିଦିନ କାହାଣୀକୁ ତରାସା ଯାଉଛି । ଆଉ ଏକ ଭଲ ଆଶା ନେଇ ।

ଆଜି ରୁପେଲୀ ପରଦା ହେଉ ଅବା ନାଟକ ସବୁଠି ପ୍ରଭାବ ବିସ୍ତାର କରିଛି କାହାଣୀ । ଦମ୍‌ଦାର କାହାଣୀକୁ ଦର୍ଶକ ଆପଣେଉଛନ୍ତି । ସଠିକ୍ ଭାବେ କୁହାଯାଉଛି କି, ବର୍ତ୍ତମାନର ସମୟ ଉପଯୁକ୍ତ ସମୟ । ଭାରତବର୍ଷର କୋଣେ ଅନୁକୋଣେ ଭରିରହିଛି ଅନେକ ବଳିଷ୍ଠ କାହାଣୀ । ଏ ସବୁକୁ ଖୋଜିବା ଦରକାର । ତାକୁ ଭିନ୍ନ ଏକ ଢଙ୍ଗରେ ବାଗରେ ଭିନ୍ନ ଏକ ମାଧ୍ୟମରେ ଉପସ୍ଥାପିତ କରାଯିବା ଦରକାର । ନୂଆ ପିଢ଼ିର ଅନୁଭବ ଥାଉ କି ନଥାଉ, ସେମାନେ ରୋଚକପୂର୍ଣ୍ଣ ଭାବେ ତଥା ଚମତ୍କାର ଭାବେ ନିଜ କଥା କହୁଛନ୍ତି । ସେମାନଙ୍କ କାହାଣୀରେ, କଥନରେ ଏକ ସ୍ପାର୍କ ରହୁଛି । ଦର୍ଶକ ମଧ୍ୟ ନୂଆ କାହାଣୀରେ ନିଜକୁ ଢାଳିବାରେ ପ୍ରୟୋଗ କରୁଛନ୍ତି ଓ ନୂଆ କାହାଣୀର ଅପେକ୍ଷାରେ ରହୁଛନ୍ତି ।

ଦୈନନ୍ଦିନ ଜୀବନର କାହାଣୀ ଦେଖିବାକୁ ମିଳୁଛି । ଭାରତୀୟ ମନୋରଂଜନ ଉଦ୍ୟୋଗର ପ୍ରତ୍ୟେକ କ୍ଷେତ୍ରରେ ଅବିଶ୍ୱସନୀୟ ଭାବେ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି । ଉଦାହରଣ ସ୍ୱରୂପ ବର୍ତ୍ତିକା ଚତୁର୍ବେଦୀଙ୍କ ଦିଲ୍ଲୀ କ୍ରାଇମ୍‌ଠୁ ଆରମ୍ଭ କରି କସ୍ତୁରୀ ଡୋଗରାଙ୍କ ଆରଣ୍ୟକ ପର୍ଯ୍ୟନ୍ତ । ଏହି ମହିଳାମାନେ ଖୁବ୍ ସାହସର ସହିତ ବାସ୍ତବ ଜୀବନର କଥା ତଥା ଦୈନନ୍ଦିନ ଜୀବନର କଥାକୁ ପରଦାରେ ପର୍ଦ୍ଦାୟିତ କରିଛନ୍ତି । ଏମାନେ ଯେ କେବଳ ସାହସ କରି ଏପରି କାହାଣୀକୁ ନେଇଛନ୍ତି ତା' ନୁହେଁ; ବରଂ ସେମାନେ ନିଜ ଦ୍ୱାରା ଚୟନିତ କରାଯାଇଥିବା କାହାଣୀଗୁଡ଼ିକ ସହିତ ନ୍ୟାୟ କରିଛନ୍ତି । ଚରିତ୍ର ଗଢ଼ିଛନ୍ତି । ଚରିତ୍ରକୁ ଦର୍ଶକଙ୍କ ମଧ୍ୟରେ ପ୍ରଭାବ ପକାଇବାରେ ସଫଳ ହୋଇଛନ୍ତି । ଭିନ୍ନ ଏକ ଉପଲବ୍‌ଧି ହାସଲ କରିଛନ୍ତି ।

ଏସବୁ କାହାଣୀରେ ଅଲଗା ଅଲଗା କଥା ରହିଛି । ଅଲଗା ଅଲଗା ଆକର୍ଷଣ ରହିଛି । ସମ୍ପର୍କ, ପରିବାର, ଦୋସ୍ତି, କ୍ୟାରିଅର, ପ୍ରେମ, ପରକୀୟା ଅବା ମାତୃତ୍ୱ । ସଫଳତାର ସହିତ ଏହି ସମସ୍ତ ସମ୍ପର୍କକୁ ପରଦାରେ ଦେଖାଇଛନ୍ତି । କେବେ କେବେ ଆମେ, ଆମେ ବାସକରୁଥିବା ଛୋଟ ସହର ଉପରେ ଆଧାରିତ ‘ପଗ୍‌ଲେଟ୍‌’ ପରି କାହାଣୀରେ ଆକର୍ଷିତ ହୋଇ ନିଜକୁ ସେହି କାହାଣୀରେ ଖୋଜିଛନ୍ତି । ଅନାମିକା ଆନନ୍ଦଙ୍କ ‘ଦ ଫେମ୍ ଗେମ୍‌’ର ଉଦାହରଣ ନିଆଯାଇପାରେ । ଜଣେ ମା, ପତ୍ନୀ ଓ ଝିଅର ଚରିତ୍ରରେ ସେ ଖୁବ୍ ପ୍ରଭାବୀ ରହିଛନ୍ତି । କାହାଣୀରେ ଚରିତ୍ରଗୁଡ଼ିକୁ ଆମ ଆଖପାଖରେ ଆତଯାତ ହେଉଥିବା ଚରିତ୍ର ପରି ସଜାଇଛନ୍ତି । ଦର୍ଶକ ସେହି ଚରିତ୍ର ସହିତ ନିଜକୁ ଯୋଡ଼ିଛନ୍ତି । ସେହି ଚରିତ୍ର ସହିତ ଭାବନାତ୍ମକ ରୂପେ ସମ୍ବେଦନଶୀଳ ଭାବେ ନିଜକୁ ଦେଖିଛନ୍ତି । ଦର୍ଶକଙ୍କ ଭାବନା ବଢ଼ିଛି ।

ଆଗକୁ ଅନେକ ଅପେକ୍ଷା । ଏପରି ଅନେକ କାହାଣୀର । ଅନେକ ଚରିତ୍ରର । ଯେଉଁମାନେ ଆମକୁ କେବଳ କିଛି ଶିକ୍ଷା ଦେବେ ନାହିଁ ବରଂ ଆମକୁ କିଛି ଭାବିବାକୁ ବାଧ୍ୟ କରିବେ । ଆମ ଚେତନାକୁ ପରିବ୍ୟାପ୍ତ କରିବେ ।