ତୁ, ମୁଁ

ତିନୋଟି ପଦରେ ଜୀବନ ଓ ଜଗତକୁ ଏକାକାର କରୁଥିବା ଏ କବିତା ।


ହାଡ଼ ମାଂସର ବୁଜୁଳାଟିଏ
ବହୁଛି ରକତ ପବନ
ମୁଁ ତ ଜଗତ ଜୀବନ

ମାଂସ ହାଡ଼ର ପୁଟୁଳିଟିଏ
ବହୁଛି ପବନ ରକତ
ମୁଁ ତ ଜୀବନ ଜଗତ

ମୁଁ ଅଟେଁ ଯାହା, ତୁ ଅଟୁ ତାହା
ନୋହୁଁ ଦୁହେଁ ଭିନ୍ନ ଭିନ୍ନ
ମୁଁ ତ କେବଠୁଁ ପାଇଲିଣି ତୋତେ
ତୁ କିଆଁ ମୋଠାରୁ ବିଚ୍ଛିନ୍ନ ?

Report an Error