
ବେଶି ଭାବି ଭାବି ସମୟ ସାରିଲେ
କିଛି ହୁଏନାହିଁ ବୁଝି
ବେଶି କାମ କରି, ଭୁଲ୍କୁ ନ ଡରି
ଶିଖିବାକୁ ହେଲେ ରାଜି
ଧୀରେ ଧୀରେ ହୁଏ ଯେ କେହି ମଣିଷ
ନିଜର କାମରେ ଦକ୍ଷ
ଏହା ହେଉ ଏବେ ପ୍ରତି ବ୍ୟକ୍ତିର
ଜୀବନର ମୂଳ ଲକ୍ଷ୍ୟ
ଚିଂତାର ଭଉଁରି ମଧ୍ୟକୁ ପଶିଲେ
ହୁଏନି ଆଉ ବାହାରି
କି ପାଇଁ ସାରିବା ଦୁର୍ଲଭ ଜୀବନ
ତୁଚ୍ଛ ଚିଂତା କରି କରି
ଯାହା କଲେ ଖାଲି ଦୁଃଖ ମିଳୁଥାଏ
ଛାଡ଼ିଲେ ସେହି ଅଭ୍ୟାସ
କାଳକ୍ରମେ ହେଉଥାଏ କ୍ରମୋନ୍ନତି
ଆଉ ବ୍ୟକ୍ତିତ୍ୱ ବିକାଶ
ବିବିଧ ମତକୁ ଉପେକ୍ଷି ପାରିଲେ
ମନ ହୋଇଯାଏ ଶାଂତ
ଶାଂତ ମନରେ ଯାହା ବି କରିବା
ତାହା ହିଁ ହୁଏ ଶାଶ୍ବତ