
ରେବତୀ ଭଳି କେହି
ଚୂନ ଧଉଳା କାନ୍ଥ ପରି
ଠିଆ ହୁଏ ମୋ ଆତ୍ମାର ଘର ଆଗରେ ।
ଜିଭରେ ଜ୍ଵଳନ୍ତ ଅଙ୍ଗାର ପରି ଦୁଃଖ ମାଡ଼ି
ମୁଁ ଫେରି ଆସିଛି
ପ୍ରତ୍ୟାଖ୍ୟାନର ଶ୍ମଶାନରୁ
ଜୀବନ ତୋ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ହୋଇ ।
ତୁମର ଆତ୍ମାକୁ ଛୁଏଁ ସେ
ଭର୍ତ୍ସନାର ଶବ୍ଦ ଭଳି
ପତଳା ଖଣ୍ଡେ ଚାଦର
ଯାହା ଘୋଡେଇ ପାରେନା
ଗୋଟେ ଛୋଟ ଶରୀରକୁ ।
ନିଜ ହାତ ପାପୁଲି
ନିଜ ଛାତି ସନ୍ଧିରେ ପୂରାଇ ଟାଣେ ଉଷ୍ଣତା
ମାନଵୀୟ ଆତ୍ମାର ଉତ୍ତାପରେ ବୁଣା ଏ ଚାଦର
ଘୋଡେଇ ଦେବାକୁ ଆତଯାତ
ଯେତେ ଶୀତରାତି
ମୋ ନାଁ ବି ରେଵତୀ ।