ପପ୍‌ଲୁ, ଗୁଡୁ ଓ ବବି

ସାହିତ୍ୟ କେବଳ ବଡଙ୍କ ପାଇଁ ନୁହେଁ, ଏହା ପିଲାଙ୍କ ଲାଗି ମଧ୍ୟ । ସେହି ଭାବନାରୁ "ପିଲାଙ୍କ ପାଇଁ" ସ୍ତମ୍ଭର ପରିକଳ୍ପନା । ଏଥିରେ ପିଲାଙ୍କ ପାଇଁ ଓ ପିଲାଙ୍କ ବିଷୟରେ ଲେଖା ସ୍ଥାନିତ ହେଉଛି ।


ଚିତ୍ର - ଚିନ୍ମୟୀ ପଣ୍ଡା

ପପ୍‌ଲୁ ଧୂଳି ହେଇ ଲୁହ ଟଳଟଳ ଆଖିରେ ଆସି ମମି ପାଖେ ହାଜର ।

କ'ଣ ହେଲା ? ମମି କହିଲେ ।

‘ଗୁଡୁ ବହୁତ ଖରାପ । ତା' ସାଥିରେ କେବେ ବି ଖେଳିବିନି । ପପ୍‌ଲୁ କହିଲା ।

କାଇଁ କଣ ହେଲା କି ? ମମି କହିଲେ ।

ସବୁବେଳେ ତ ମୋ ସାଥିରେ ଖେଳେ ଆଜି ଯାଇ କାଇଁ ସେ ବବି ସାଥିରେ ଖେଳିଲା । ରାଗ ଗରଗର ହେଇ କହିଲା ପପ୍‌ଲୁ ।

ହେଲେ କ’ଣ ହେଲା । ତୁ ବି ଖେଳିଲୁନି ବବି ସାଥିରେ । ମମି କହିଲେ ।

‘ମୁଁ ତ ଗୁଡୁର ସାଙ୍ଗ । ବବି ସାଥିରେ କାହିଁକି ଖେଳିବି ? ପପ୍‌ଲୁର ରାଗ କମି ନଥାଏ ।‘

ବୁଦ୍ଦୁ ! ପପ୍‌ଲୁ, ବବି ଆଉ ଗୁଡୁ କ’ଣ ସାଙ୍ଗ ହେବେନି ? ’ ମମି ପପ୍‌ଲୁକୁ ଗେଲ କରି କହିଲେ ।

ନା ... ନା ... ହେବେନି । ଜମା ହେବେନି । ଗୁଡୁ ମୋ ସାଙ୍ଗ । ପପ୍‌ଲୁ ରାଗରେ କାନ୍ଦିଲା ।

ମମି ପପ୍‌ଲୁକୁ ଗେଲ କରି ଚୁପ୍ କରେଇ ଦେଲେ । ସନ୍ଧ୍ୟାରେ ମମି ପପ୍‌ଲୁକୁ ବଗିଚାରେ ବୁଲେଇ ଗଛ ଚିହ୍ନଉଥିଲେ । ”ଦେଖିଲୁ ପପ୍‌ଲୁ, କେତେ ସବୁ ଗଛ କେମିତି ସାଙ୍ଗ ହେଇ ସବୁବେଳେ ରହୁଛନ୍ତି ।” ମମି କହିଲେ ।

‘କ’ଣ ସେମାନେ ବି ଆମ ଭଳି କଥା କହନ୍ତି ଆଉ ଜାଣି ପାରନ୍ତି ।’ ପଚାରିଲା ପପ୍‌ଲୁ ।

”ଆଉ କ’ଣ, ନ ହେଲେ ସେମାନେ ବଢ଼ନ୍ତି , ପାଣି ପିଅନ୍ତି ଆଉ ଫୁଲ ଫଳ ଦିଅନ୍ତି କେମିତି ?” ମମି କହିଲେ ।

‘ତା ହେଲେ ମୋ କଥା ବି ଗଛ ବୁଝି ପାରୁଥିବ ।’ ପପ୍‌ଲୁ କହିଲା ।

‘ହଁ, ଗଛ ସବୁ ବୁଝେ । ବାସ୍ ଆମେ ତା କଥା ବୁଝିପାରୁନେ ବାେଲି କହିଲେ ମମି ।

‘ଦେଖ ତ ! ଗୋଲାପ ପାଖରେ ମଲ୍ଲି, ତା ପାଖେ ଲଙ୍କା ଗଛ, ତା ପାଖେ ଆଉ ଗୋଟିଏ ଫୁଲ ଗଛ କେତେ ସୁନ୍ଦର ହସି ହସି ରହୁଛନ୍ତି । ମମି ପୁଣି କହିଲେ ।‘ କ’ଣ ସେମାନେ ବହୁତ ଭଲ ସାଙ୍ଗ ? ବେଷ୍ଟ ଫ୍ରେଣ୍ଡସ୍ କି ବାେଲି କହିଲା ପପ୍‌ଲୁ ।

‘ଆଉ କ’ଣ ! ସେମାନେ ସମସ୍ତେ ବେଷ୍ଟ ଫ୍ରେଣ୍ଡସ୍ ବାେଲି କହିଲେ ମମି ।‘

ଗୁଡୁ ଆଉ ମୋ ଭଳି କି ବାେଲି ପପ୍‌ଲୁ ମମିଙ୍କ ହାତକୁ ହଲେଇ ପଚାରିଲା ।

‘ହଁ ! ମମି ହସି କହିଲେ ।‘

ମମି ! ‘ମୁଁ ଯାଉଛି ଗୁଡୁ ସାଥିରେ ଖେଳିବି‘ କହିଲା ପପ୍‌ଲୁ ।

‘ହେଲେ ବବି ତ ଥିବ ।‘ କହିଲେ ମମି ।

‘ବବି, ପପ୍‌ଲୁ ଗୁଡୁ ମିଶିକି ଖେଳିବେ’ କହି ଦୌଡ଼ିଲା ପପ୍‌ଲୁ ଖେଳିବାକୁ ।