ନରଜନ୍ମ

କବିତା ସହଜ ଓ ସରଳ ମାର୍ଗରେ ଗୋଟେ ବାର୍ତ୍ତା ବି ଦେଇପାରେ । କବିତାର ଗୋଟେ ପକ୍ଷ ସୂକ୍ଷ୍ମ ଓ କଳାତ୍ମକ ହୋଇଥିବାବେଳେ, ଅପର ପକ୍ଷଟି ଏକ ବାର୍ତ୍ତାର ବାହକ ମଧ୍ୟ ।


ଆଉ କିଛି ସତେ ବଢ଼ୁ କି ନ ବଢ଼ୁ
ବୟସ ତ ବଢ଼ୁଥାଏ
ଆଉ କିଛି କେବେ ମିଳୁ କି ନ ମିଳୁ
ଅଭିଜ୍ଞତା ମିଳୁଥାଏ

ବୟସ ସହିତ ଅଭିଜ୍ଞତା ମିଶି
ଲୋକଂକୁ କରଂତି ଜ୍ଞାନୀ
ସେହି ଜ୍ଞାନ ବଳେ ଲାଭ ମିଳୁଥାଏ
କେବେ ବି ହୁଏନି ହାନି

ଲାଭ ନ ହେଲେ ବି ନିଶ୍ଚୟ ବଢ଼େ
ମଣିଷ ମନରେ ଆସ୍ଥା
ନରଜନ୍ମ ଦେଇ ପ୍ରକୃତି ଯୋଡ଼ିଛି
ଏହି ସୁଂଦର ବ୍ୟବସ୍ଥା

ଏହି ପରିଣାମ ପାଇବା ପାଇଁ କି
କରିବାକୁ ପଡ଼େ କାର୍ଯ୍ଯ
କାଳ ସହ ତାଳ ଦେଇ ଚଳୁଥାଉଁ
ମନେ ଧରି ଟିକେ ଧୈର୍ଯ୍ଯ

Report an Error