କାଂଥରେ କଳାଧଳା ଚିତ୍ର

ବିନା ବର୍ଷାରେ ଭିଜୁଥିବା ଏ ଅସ୍ତିତ୍ଵର କାହାଣୀ କବିତା ଇ ହୋଇପାରେ । ଏ କବିତାର ଠିକଣା ହଜିଯାଇଥିବା ଗୋଟେ ଅଧାଦେଶ ।


ମୁଁ ହଜିଯାଇଛି
କେତେ ଯତ୍ନ କଲିଣି ନିଜକୁ ଖୋଜିବାକୁ
ହେଲେ ଜାଣିଲେ ତ କହିବି
କେଉଁ ଅଂଚଳର ମୁଁ ଅଂତର୍ଭୁକ୍ତ ।

କେହି ବିଶ୍ୱାସ ଯାଉନାହାଂତି ଯେ ମୁଁ ହଜିଯାଇଛି
ଦେଖାଯାଉନାହିଁ ମୁଁ କାଂଥରେ ବିଗ୍ୟାଁପିତ
ସେ ଝିଅ ଭଳି କଳାଧଳା ଚିତ୍ର ।

ଅଥଚ ମୁଁ ଜାଣେ କେମିତି ପାଲଟୁଛି ଅଂଗାର
ଜଳଂତ କୋଇଲା ପରି ଶବ୍ଦ ଫିଂଗିଛଂତି
ମୋ ଆତ୍ମୀୟ ଚାରିପାଖ ।

ମୁଁ କଣ ଜାଣିଛି ଯେ
କେଉଁଥିପାଇଁ ଉଠୁନାହିଁ ମୋ ହାତ ରୋକିବାକୁ
ଶବ୍ଦ ପରି ଦିଶୁଥିବା ଭାଲ ତରବାରୀ
ମୁଠା ବିଧା ଚାପୁଡ଼ା
ଏମାନେ ବି ତ କାହାରି ନା କାହାରି ସ୍ପର୍ଶ
ମୋର ଉଷ୍ମତାରେ ସେ ବି ଦିନେ ତରଳିବ ।

ଏବେ କେଉଁଠି ବି ତ ବର୍ଷା ହେଉନି
ଏଣେ ଭିଜୁଛି ମୋର ନଖରୁ କେଶାଗ୍ର
କେଉଁଠି ହଜିଯାଇଛ ଯେ ତୁମେ
ହେ ମୋର ଅଧାଦେଶ ।

Report an Error