କବିର କାମ

ସରଳତାର ଏକ ଚମତ୍କାର ଛନ୍ଦ ନିର୍ମାଣ ପ୍ରକ୍ରିୟା ଚାଲିଛି ପ୍ରଫୁଲ୍ଲ ତ୍ରିପାଠୀଙ୍କ କବିତାରେ । ଆମ ସମୟର କବିତା ପାଇଁ ଏ ପ୍ରକାର ପ୍ରକ୍ରିୟା ଗୋଟେ ଆଶ୍ଵାସନାର ବିଷୟ ।


ଯାହା ଦେଖିଲା, ତାହା ଲେଖିଲା
ଯାହା ଶୁଣିଲା, ତାହା ବୁଣିଲା
ଯାହା ଭାବିଲା, ତାହା ରାବିଲା
ଯାହା ଜାଣିଲା, ତାହା ଗଣିଲା

କେଉଁଠୁ କ'ଣ ଆଣିଲା ତାର ହିସାବ ମିଳୁନାହିଁ
କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ
ଯାହା ଲାଖିଛି ମନେ ତାହାର ତାହା ହିଁ ନିଜ ସ୍ମୃତି
ଯାହା ଉଡ଼ିଗଲା କାହିଁ କୁଆଡ଼େ ତାହା ହିଁ ଅସ୍ମୃତି

ମୃତ ଶବ୍ଦଂକୁ ଅଳଂକୃତ କରି ସଜାଏ ସବୁ ପୃଷ୍ଠା
ଜିଇଁବାକୁ ସବୁ ଶବ୍ଦ ଅମଂଗ
କହଂତି 'ନାହିଁ ନିଷ୍ଠା, କ'ଣ କରିବ ପ୍ରତିଷ୍ଠା ?'

Report an Error