ଏକାକୀ ମଣିଷ

ଏକାକୀତ୍ଵର ଗୋଟେ ସମ୍ଭାବନା ଅଛି ଯେଉଁଠି ଜନ୍ମ ନେଉଥାଏ କବିତା ।


ବୟସ ବଢ଼ିଲେ ଏକାକୀ ମଣିଷ
ସ୍ମୃତିଯୋଡ଼ା ହୋଇ କରେ ବାସ, ଗ୍ରାସ
ସ୍ମୃତିବାସୀ ହେଲେ ଆତ୍ମୀୟ ସ୍ବଜନ
ମନ ହୋଇଯାଏ ଜୀବଂତ ଶ୍ମଶାନ

ଭାବନାରେ ବୁଡ଼ିରହି ଦିନରାତି
ହିସାବ କରେନି ଲାଭ ଆଉ କ୍ଷତି
ନିଜେ ଟାଣିଦେଇ ପରିଧିର ରେଖା
ଅଳ୍ପକେ ସଂତୋଷ ପାଏ ଏକା ଏକା

ଅଲୋଡ଼ା ତା ପାଇଁ ଦ୍ରବ୍ୟର ସଂଭାର
ଯେତେ ଥାଏ, ତହୁଁ ବେଶି ଦରକାର
ନ କରି ବି ପାରେ ଆନଂଦରେ ଚଳି
ଚାହେଁନି ହେବାକୁ ଅନ୍ୟ କାହା ଭଳି

ନିଜଠାରେ ହୁଏ ନିଜେ ସମାହିତ
ସଂସାରେ କହଂତି 'ହୋଇଗଲା ମୃତ'