ଚଂଦ୍ରାବଳୀ - ୭

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ସକାଳୁ ସକାଳୁ ଦେଖିଲି ମୋ ଦେହସାରା
ସରୁସରୁ କଳାଗାର
କେତେ କିଏ ଲୁଗାଦେଇ ମୁହଁରେ ହସିଲେ:
କିଏ ଦେଖୁଚି ନା ଜାଣୁଚି
ବୁଡ଼ିବୁଡ଼ି ପାଣିପିଉଚି ପରା ଗାଁ' ମୁଂଡରେ !

ଦିନେ ଦେଖିଲି ଦେହସାରା ମୋର
ଧଳାଧଳା ଛାପ
କହିଲେ ଏପଟସେପଟ କରି:
ମୁଁ କାଳେ ଫଳଭୋଗୁଚି କଲାକର୍ମର
ଚଂଦ୍ର ଧରିବାକୁ ଚାହିଁଲି ବାମନୀ ହେଇ !

କେଇଦିନ ପରେ ଦେଖିଲି ମୋ ଦେହତମାମ୍
ଛୋଟଛୋଟ ନଖଚିହ୍ନ
କହିବା ଶୁଣିଲି ଯେ ମୁଁ ଆଉ ନାଇଁ କୂଳରେ:
ନଷ୍ଟହେଇଯିବ ସବୁ ଘରଠୁ ଦୁଆର ଯାଏଁ
ୟା ପାଦପଡ଼ିଲେ !

କେଇଦିନ ଅଂତେ ମୋ ଦେହ ବାସିଲା
ପଦ୍ମଫୁଲ ପ୍ରାୟ
ଯେଝା ବାଟରେ ଚାଲିଗଲେ ଯିଏ
ଶୁଣିଲି ଜଣେ ଅଧେ କହିବାର
ଯେ ଇଏ ଦେହରେ ଦେହ ଘଷି ହେଇଥିବାର ନଜିର
କୋଉ ବଡ଼ଲୋକର !

କା' କଥା ଶୁଣି କ'ଣ ଭାବିଚି କିଛି ?
ତମ ଅନ୍ୟମନସ୍କତା କିଂତୁ ମୋତେ
ବାଧିବାଠୁ ବଳି ବାଧିଚି ବେଶି !
ଭାବିଦେଲି ଏଇଆ ବୋଲି
ଭୁଲମାଗୁଚି ଜିଭକାମୁଡ଼ି କାନଧରି,

ତମ ପାଲଟାଲୁଗାକୁ ମୁଁ କୋଉ ସରି କି ?

Report an Error