ଚଂଦ୍ରାବଳୀ

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ଏଠାରୁ ଫେରିବାପରେ ମୁଁ ଯିବି
ତମେ ଅପେକ୍ଷା କରିଥିବା ମୂଲକକୁ
ଯୋଉଠି ସମୟ ଥିବ ନଥିବାପରି
ଖୋଲାରଖି ଆଖି ଓ ହାତକୁ ।

ହୁଏତ ସେଠାରେ କହିବ କଥା ମନଭରି
ସେଦିନ ଶୁଭିବ ସ୍ବର ସବୁଦିନଠାରୁ ମିଠା,
ଅଳ୍ପବହୁତେ ଆନମନା ହେବ ପାଦ
ଆସିବାର ବାଟ ତମେଯିବ ଭୁଲି
ଓ ଅନ୍ୟକିଛି ପକେଇବ ମନେ ।

ବୋଧହୁଏ ପହଂଚିସାରିଲଣି ତମ ଦୁଃଖମାନଂକରେ,
ମୋତେ ଭାରି କଷ୍ଟହଏ କେହି ଯଦି କଷ୍ଟପାଏ
ଏଠାରେ ସେଠାରେ ଅବା ଆଉ କୋଉଠାରେ,
ବୋଧହୁଏ ସେ ମୁହୂର୍ତ୍ତ ସବୁ ଆସିସାରିଲେଣି
ପଲ୍ଲୀଗୀତ ଗାଇଗାଇ ପାହାଡ଼ଉପରୁ
ସବୁଦିନ ପରି,
ଯୋଉଠାରେ ସୂର୍ଯ୍ୟ ଅସ୍ତଯାଂ'ତି ଓ ଆସଂତି
ନୂଆନୂଆ ଫୁଲଫଳ ଧରି !

Report an Error