
ଦିଗ ଦିଗ ଚିତ୍କାର ଛାଡି ଉଡିଗଲେ ପଲେ କୁଆ
ମେଘ ଥିଲା ରାଗି, ରଂଜକରେ ଭରା
ଅନିଶାରେ ଭାରି ମାଟି, ଥୁଣ୍ଟା ଶାଖା ଆଖି
ଓଦା ପବନରେ ଥିଲା ମଲା ଶିଶୁ ଆତଙ୍କ
କାନ୍ଦୁରା ସଂଜର ନିଛାଟିଆ ପାଉଁଶ ଝରା
ଦାରୁଣ ନିସ୍ତବ୍ଧତାରେ ଛିଡିପଡୁଥିଲା ସମୟ
ଭଂଗାରୁଜା ଆଇନାରୁ ଝରୁଥିଲା ଭୀଷଣ ରାତି
ସ୍ଵପ୍ନର ମଶାଣିରେ ଜଳୁଥିଲା ଦିଗବଳୟ
ସ୍ମୃତିର ମେଲାଣିରେ ଡୁବିଗଲା କାନ୍ଦଣାର ବତୀ
ଯାହ ଯାହା ଯାଉଥିଲା ଲିଭି, ମରୁଥିଲା
ନିଃସ୍ବତାର ଜଡ ଚାହାଣୀରେ ନଫେରିଲା
ଗୃହ ଯୁଦ୍ଧ, ସୀମା ଦ୍ବନ୍ଦ୍ବ, ଧ୍ବଂସର ସୂକ୍ତ
ପ୍ରତିପତ୍ତି ବିସ୍ତାରରେ କିଏ କ୍ଷମତା ମତ୍ତ
କିଏ ବଳି ପଡିଲା, କିଏ ବଳି ପକାଇଲା
ମଣିଷ ନା ଦେଶ ନା ବିଭାଜିତ ବିଶ୍ବ