ମହାସ୍ଵକୀୟା

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ଫଟୋ - କେଦାର ମିଶ୍ର

ଏ ଜୀବନକାଳଟା ତ
ବିତିଗଲା ଏମିତି ଭାବରେ

ଥିରି ଖଂଡିଚାଲି ମୋର
ତମେ ତେଣେ ମୋକ୍ଷର ଦୁଆରେ

ଫେରି ଚାହଁନା ସୁଦୂରା ଅପରା
ମହାସ୍ଵକୀୟା
ଏଇ ତମର ଅଂତିମ
ଅଭିଗମନର ସ୍ଥିତି
ମୋର ପ୍ରାପ୍ତି ଓ ନିୟତି

ଯେତେ ପୂର୍ବ ଇହ ପର ଜନ୍ମ ସବୁ
ସବୁ କିଛି ମିଶିଯାଉଛି
ଦ୍ରବଣ ଓ ବାଷ୍ପ ହୋଇ
ଏଇ ମୁହୂର୍ତ୍ତରେ

Report an Error