ସେହିପରି ରହିଥାଅ ତୁମେ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ତୁଷାର - ପର୍ବତ - ଘେରା ଉପତ୍ୟକାରେ ଥିବା
ଏକମାତ୍ର ଆବାସ

ଉପତ୍ୟକାରେ ଦେଖୁଚି
କୋଉଠି ଜହ୍ନଆଲୁଅ
ଆଉ କୋଉଠି ସିଂଦୂରା - ଆଗର - ଆଭା
କୋଉଠି ବା ଇଂଦ୍ରଧନୁ

ସେପରି ରହିଥାଅ ତୁମେ
ସେଇ ଆବାସ ପରି
ଶାଂତ ଆଉ ଶୀତଳ
ଅନଂତ ମୃଦୁ ଶିହରଣରେ ସ୍ନିଗଧ

Report an Error