ନାଭିଗର୍ତ୍ତ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ମଲା ପ୍ରାଣୀ କୁଢ଼େଇବା ପାଇଁ
ଏଡ଼େ ସୁଂଦରିଆ ଜାଗା କିଏ ଠାବ କଲା

ତୁମେ କଣ ସେଇ ନାଭିଗର୍ତ୍ତ

କିପରି ତାହେଲେ ଏଠି
କାନ ପାତିଲେ ଶୁଣି ହୁଏ ସଂଜୀବନୀ ମଂତ୍ର
କିପରି ଖଲାସ୍ ହୁଅଂତି କୋଟି କୋଟି ମଡ଼ା
ଭ୍ରୂଣୀଭୂତ ବାଷ୍ପ ପରି

ସେଥିପାଇଁ କି ସୁଲୁସୁଲୁ ବହୁଥାଏ
ରେତର ମହକ ମିଶା
ସୀକରିତ ବାୟୁ
ଏଇଠାରେ ସବୁ ପରମାୟୁ

Report an Error