ପ୍ରେମରେ ସହର ଆଉ ସହରରେ ପ୍ରେମ - ୬

ଛୋଟ ଛୋଟ ଗପର ଏକ ଗଜରା । ଗୋଟେ ସହର ଭିତରେ ଗଢି ଉଠୁଥିବା ଓ ଭାଙ୍ଗୁଥିବା ସମ୍ପର୍କର ଆଭାସ ଅଛି ଏ ସବୁ ଗପରେ । ଅଛି ବି ସହରର ସମାଜ ଜୀବନ, ମନସ୍ତତ୍ତ୍ଵ ଓ ରାଜନୀତି ।


କୋଉଠି ହେଲଣି ?

ଲିଙ୍କରୋଡ଼ ଟପିଲା ବସ୍ ।

ଶୀଘ୍ର ପହଞ୍ଚିଯାଇଥିଲା ତ ବାଦାମବାଡ଼ିରେ ।

ସେଇଥିପାଇଁ ଡେରିରେ ଛାଡ଼ିଲା ।

ତମ ବସ୍‌କୁ ଧନ୍ୟ କହିବ ।

ହଁ । ବାପା ମୋ ପାଇଁ ବସ୍‌ଟା କିଣିଦେଇଚନ୍ତି ତ !

ହଉ । ଫୁଲନଖରା ଟପିଲେ ମୋତେ କଲ କର ।

ଥାଉ । ମୁଁ ଅଟୋରେ ଆସିବି ।

ଏ ଅଧମ ଆଉ କଅଣ ଭୁଲ ପୁଣି କଲା ଆଜି ?

ତୁମର କଅଣ ଭୁଲ । ସବୁ ଭୁଲ ସବୁବେଳେ ମୋ’ର ।

ହଉ । ଭୁଲ ଯାହାର ହେଉ । ତମେ ନଖରାରୁ କଲ କର । ଆଚାର୍ଯ୍ୟ ବିହାର ପାଣିଟାଙ୍କିଠେଇଁ ଓହ୍ଲେଇଯାଅ । ଆଉ ମୁଁ ନ ପହଞ୍ଚିଥିଲେ ମୋ ପାଇଁ ଅପେକ୍ଷା କରିଥିବ ।

କହୁଚି ପରା ମୁଁ ଅଟୋରେ ଆସିବି ।

କଅଣ ଆଣିଚ କି ?
...

ଓହୋ ! କହୁନ କାହିଁକି ?

ଲଡ଼ୁ । ରାଶି ଲଡ଼ୁ ।

ଆଉ ?

ଉଖୁଡ଼ା ।

ଆଉ ?

ଖୁଙ୍କୁ ।

କିଏ ଖାଇବ ?

ମାଧିଆ ।

ଆଉ କିଏ ବାଣ୍ଟିବ ?

ସେଇ ମାଧିଆ ।

ହଉ ମାଧିଆ ଯଦି ତୁମେ ଓହ୍ଲେଇଲାବେଳକୁ ପହଞ୍ଚି ନ ଥିବ, ଦୟାକରି ଅପେକ୍ଷା କରିବ । ହଁ । ଆଉ ତୁମେ ନିଜେ ଲଡ଼ୁ, ଉଖୁଡ଼ା, ଖୁଙ୍କୁ ସବୁତକ ଖାଇ ନ ସାରିଲା ପର୍ଯ୍ୟନ୍ତ ମାଧିଆ ଏଥର ଆଉ ତୁମକୁ ଘରକୁ ଛାଡ଼ୁନି ।

Report an Error