ସରୋଜିନୀ ଗୋ ।
ଏକି ବିପରୀତ ତୋର
ସରସି କୂଳର ସରସ ଗିର ମୋ
ସ୍ମରଣ କରମ କର (ସରୋଜିନୀ ଗୋ)
ସିରେ ସନମତ କଲୁ
ସୁଷମା ନେତ୍ରରେ ସଂକେତ ଦେଲୁଗୋ
ସଂଗେସଂଗେ ପାଶୋରିଲୁ (ସରୋଜିନୀ) ।
ଶିଶୁରୀତି ଆଚରିଲୁ ଶୁକଳ ପକ୍ଷରେ ଅନ୍ଧାର କଲୁଗୋ
ସୁମନେ ସମନ ହେଲୁ ।(ସରୋଜିନୀ) ।
ସୁମନ ପତି ସ୍ୱଭାବ ସୁମନେ ସୁମନେ ବହିଲୁ ଭାବ ଗୋ
ସୁମନା ଏକି ସ୍ୱଭାବ (ସରୋଜିନିୀ ଗୋ) ।