(ବନ୍ଧୁ ହେ) ମଉଳା କୁସୁମ ପରି ବରଷିଲ ନାହିଁ ସୋହାଗ ମଧୁପେ ନିଶୀଥିନୀ1 ଅନୁସରି2 ।
ଆଶା ପଥେ ଜାଗି ଜାଗି ନିରାଶ ହେଲା ଅଭାଗି
ଅଶ୍ରୁପୂର୍ଣ୍ଣ ନେତ୍ରେ ଚିନ୍ତାଇଲ ଗାତ୍ରେ ଅନାଥିନୀ ପରି କରି ।
କେତେ ମନଗଢ଼ା ମାଳ ଗୁନ୍ଥା ମୋ ହେଲା ବିଫଳ
ସଜଡ଼ା ରତନ ଅଯାଡ଼ି ଫିଙ୍ଗିଲ ଖଂଟ ପଣ ମନେ ଧରି ।
ରାତ୍ରି ↩
ଅନୁସରଣ କରିବା, ବହୁତ ବିନୟ କରିବା ↩