ହୃଦ ଗଗନ ତାରକା

ହୃଦ ଗଗନ ତାରକା (ଆ..ଆ..ଆ..ଆ) ସେହି ମୋ ଧ୍ୟାନ ସେହି ମୋ ଜ୍ଞାନ ସେହି ମୋ ଅନ୍ତର ସଖା ।(ଘୋଷ) । ନବୀନ ନିରଦ ମୋତେ ଅନାଇ ଥାଇ ନିରତେ[^1] ଚାହେଁ ଚାତକିନି ପରି ବରଷିବେ କୃପାବାରି ସଂତପ୍ତ ପରାଣେ ମୋର ସେହି ସଲିଳ ସଂଚାର ତରଣେ ତର ନଉକା ।୧। ଦରିଦ୍ର ମନ ମନ୍ଦିରେ ହୃଦ ଅମା ଅନ୍ଧକାରେ ସେହି ରତନ ଅଞ୍ଜଳି ସେ ମୋ ରତ୍ନ ଦୀପାବଳି ନୟନ ହରା ନୟନ ନିଶୀଥିନୀ[^2]ର ତପନ ଚରଣେ ହୋଇଛି ବିକା ।୨। [^1]: ସର୍ବଦା, ଦିବାନିଶି [^2]: ରାତ୍ରି

To continue reading "ହୃଦ ଗଗନ ତାରକା", login now.

This page has been protected for subscriber only.